ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ହିନ୍ଦୁ ପରିଷଦ, ଭଦ୍ରକର ଗାନ୍ଧୀପଡ଼ିଆ ସତସଙ୍ଗ କେନ୍ଦ୍ର ପକ୍ଷରୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ, ହିନ୍ଦୁଧର୍ମର ମହାନ ପ୍ରଚାରକ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଏବଂ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଭକ୍ତିଭାବ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏକ ବୌଦ୍ଧିକ ସଭାରେ ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ତଥା ଧର୍ମାନ୍ତରୀକରଣ ବିରୋଧରେ ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନ ଓ ଦୃଢ଼ ଲଢ଼େଇ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ରାମାୟଣ ଓ ଗୀତ ଭାଗବତର କଥା ବାଚକ ସ୍ୱାମୀ ମୁକୁନ୍ଦଦେବଜୀ ମହାରାଜ ଯୋଗଦେଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହତ୍ୱ, ସନାତନ ଧର୍ମର ବୈଶିଷ୍ଟ୍ୟ ଓ ଧର୍ମ ରକ୍ଷା ପାଇଁ ଉପରେ ଆଶ୍ରିବଚନ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦ, ଓଡ଼ିଶା ପୂର୍ବ ପ୍ରାନ୍ତର ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଓ କାର୍ଯ୍ୟ ପନ୍ଥା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ତଥା ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତା ଗୋବିନ୍ଦ ଚନ୍ଦ୍ର ରାଉତ ସଭା କାର୍ଯ୍ୟଟିକୁ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀରାମ କୃଷ୍ଣ ଆଶ୍ରମର ଓଡ଼ିଶା ମୁଖ୍ୟ ସ୍ୱାମୀ ଆଶ୍ରୟାନନ୍ଦଜୀ ମହାରାଜ ଏବଂ ପୂଜ୍ୟ ସନ୍ଥ ଜଗବନ୍ଧୁ ମହାରାଜ ମଂଚାସୀନ ଥିଲେ। କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଭାବେ ସମାଜର ବନବାସୀ ଓ ହରିଜନ ସାହି ଗ୍ରାମର ଶତାଧିକ ମୁରବୀ ଓ ମୁଖ୍ୟ ମାନଙ୍କୁ ମଂଚର ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ହିନ୍ଦୁ ସମାଜ ଭିତରେ ସାମାଜିକ ସମରସତା, ଏକତା ବଜାୟ ରଖିବା ତଥା ସମସ୍ତଙ୍କୁ ଏକାଠି ବାନ୍ଧି ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଏତତ୍ ବ୍ୟତିତ ଗାନ୍ଧିପଡ଼ିଆ କାର୍ଯ୍ୟାଳୟରେ ଜନ୍ମାଷ୍ଟମୀ ଉପଲକ୍ଷେ ହୋମଯଜ୍ଞ କରାଯାଇଥିଲା। କାର୍ଯ୍ୟକ୍ରମରେ ନିରଞ୍ଜନ ସାହୁ, ତ୍ରିଲୋଚନ ନାୟକ, ବୃନ୍ଦାବନ ଜେନା, ମାନସ ବାରିକ, ଶରତ ପଢିଆରି, ଶିବ ଶଙ୍କର ଦାସ, ପୁରୁଷୋତମ ମହାନ୍ତି, ସୁବାସ ମିଶ୍ର, ରବି ନାରାୟଣ ସାହୁ, ଶ୍ରୀକାନ୍ତ ଲେଙ୍କା, ସରୋଜିନୀ ଦାସ, ନିର୍ମଳ ରାଉତ, ସଞ୍ଜୀବ ମହାନ୍ତି, ବିଭୁ କଲ୍ୟାଣ ସ୍ୱାଇଁ, ପ୍ରଦୀପ ପୁହାଣ, ବିଶ୍ୱ ରଞ୍ଜନ ଦାସ, ଓଁକାର ମହାନ୍ତି, ଦେବୀ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସ୍ୱାଧୀନ ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଗାନ୍ଧୀ ପଡ଼ିଆ ସତସଙ୍ଗ କେନ୍ଦ୍ର ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ...








