Home ଜିଲ୍ଲା ପରିକ୍ରମା ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି, ୭ ମାସର ଦରମା ବକେୟାକୁ ନେଇ ଅଧ୍ୟାପକଙ୍କ...

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି, ୭ ମାସର ଦରମା ବକେୟାକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ, ଅଧ୍ୟାପକଙ୍କ ନାମରେ ବେନାମୀ ଧମକପୂର୍ଣ୍ଣ ଚିଠି, ଥାନାରେ ଅଭିଯୋଗ

7

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ସ୍ଥିତ ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଦୀର୍ଘଦିନ ହେବ ଆର୍ôଥକ ଅଚଳାବସ୍ଥା ଏବଂ ପ୍ରଶାସନିକ ଅନିଶ୍ଚିତତା ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି। ଏପରିକି ଏହି ବିବାଦ ଥାନା ପର୍ଯ୍ୟନ୍ତ ଯାଇ ଥିବା ଜଣାପଡ଼ିଛି।ପ୍ରକାଶ ଥାଉକି ପ୍ରାୟ ୮ ମାସ ପୂର୍ବରୁ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ଭାରତୀ ନିଜ ପଦବୀରୁ ଓହରିଯିବା ପରେ ଭଦ୍ରକ ଉପ-ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ରଶ୍ମୀକାନ୍ତ ନନ୍ଦ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ତାଙ୍କୁ ଆର୍ôଥକ କ୍ଷମତା (ଫାଇନାନ୍ସିଆଲ୍ ପାୱାର) ପ୍ରଦାନ କରାଯାଇ ନଥିବାରୁ ମହାବିଦ୍ୟାଳୟର ସମସ୍ତ ଆର୍ôଥକ ଦେଣନେଣ ବନ୍ଦ ରହିଛି। ଫଳରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ କ୍ରମାଗତ ଭାବେ ୭ ମାସ ହେବ କୌଣସି ଦରମା ପାଇପାରି ନାହାନ୍ତି।ଦୀର୍ଘଦିନ ଧରି ଦରମା ମିଳିନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବା ସହ ଶେଷରେ ଏହା ଅଧ୍ୟାପକମାନଙ୍କ ମଧ୍ୟରେ ପରସ୍ପର ବିବାଦର ରୂପ ନେଇଛି। ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଦାସଙ୍କୁ ଅନ୍ୟଣା ଜଣେ ଅଧ୍ୟାପକ ପଙ୍କଜ ମହାପାତ୍ର ବେନାମୀ ଚିଠି ମାଧ୍ୟମରେ ବିଭିନ୍ନ ପ୍ରକାର ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅଧ୍ୟାପକ ହିମାଂଶୁ ଦାସ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ପଙ୍କଜ ମହାପାତ୍ରଙ୍କୁ ଥାନାକୁ ଆଣି ଘଟଣାର ତଦନ୍ତ ଜାରି ରଖିଛି।ବିଶେଷ କରି ଏହା ଖୋଦ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ଶିକ୍ଷାନୁଷ୍ଠାନ ହୋଇଥିବାରୁ, ଏପରି ଗମ୍ଭୀର ସମସ୍ୟା ଓ ଅନ୍ତଃକନ୍ଦଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷାନୁଷ୍ଠାନର ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଆର୍ôଥକ ଅନ୍ତରବୈଷମ୍ୟ ଦୂର କରିବା ଏବଂ ଦରମା ପ୍ରଦାନ ପାଇଁ ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.