ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ବରିଷ୍ଠ ନାଗରିକ ମଂଚର ବୈଠକ ଆଜି ଚାରୁଚନ୍ଦ୍ର ଇଂରାଜୀ ମିଡିୟମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବନ୍ତ ଅଚଂଳର ବିଭିନ୍ନ ସମସ୍ୟା ଯଥା ବଜାର ଅଚଂଳରେ ଆଲୋକିକରଣ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି, ବୟସ୍କ ବ୍ୟକ୍ତିଙ୍କୁ ଭତା ପ୍ରଦାନ ଉପରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନିଷ୍ପତି ହୋଇଛି । ମଂଚର ସ୍ଥାୟୀ ଗୃହ ନିର୍ମାଣ ନେଇ ଆଲୋଚନା କରାଯାଇଥିଲା । ବରିଷ୍ଠ ଉପସଭାପତି ଭାଗବତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଭାସ୍କର ଚନ୍ଦ୍ର ପାଢୀ ଆଭିମୁଖ୍ୟ ରଖିଥିଲେ । ସହ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ହରିହର ପାଣିଗାହ୍ରୀ, ସଭ୍ୟ ଅଲେଖ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ଜେନା, ଭାଗବତ ସୂତାର, ଡ. ଶୁଭେନ୍ଦ୍ର କୁମାର ମିଶ୍ର, ବାବାଜୀ ଚରଣ ଦଳେଇ, ପଦ୍ମନାଭ ରାଉତ, ପ୍ରକାଶ ଚନ୍ଦ୍ର ସାହୁ, ପଦ୍ମନାଭ ଗିରି, କେଦାର ମହାନ୍ତି, ନବ କୁମାର ଲେଙ୍କା ପ୍ରମୁଖ ଆଲୋଚନା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାକ୍ତନ ସରପଚଂ ଅର୍ଜୁନ ଚରଣ ପଣ୍ଡା, ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଅଜୟ କୁମାର ପୃଷ୍ଟି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ, ରମାକାନ୍ତ ଜେନା, ଗଗନ ବିହାରୀ ଦାଶ, ସୁଧାଂଶୁ ଶେଖର ମହାନ୍ତି, ମହେଶ ଚନ୍ଦ୍ର ସାହୁଙ୍କୁ ନୂତନ ସଭ୍ୟ ଭାବେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମଂଚକୁ ସ୍ୱାଗତ କରାଯାଇଥିଲା ।








