Home ଜିଲ୍ଲା ପରିକ୍ରମା ବିଶ୍ୱ ପାୱାରଲିଫ୍ଟିଙ୍ଗ କଂଗ୍ରେସ ଚାମ୍ପିୟାନସିପ ଖେଳ, ଭଦ୍ରକର ଶେଖ ନାଜିବ ଅଖତାରଙ୍କୁ ସ୍ୱର୍ଣ ପଦକ

ବିଶ୍ୱ ପାୱାରଲିଫ୍ଟିଙ୍ଗ କଂଗ୍ରେସ ଚାମ୍ପିୟାନସିପ ଖେଳ, ଭଦ୍ରକର ଶେଖ ନାଜିବ ଅଖତାରଙ୍କୁ ସ୍ୱର୍ଣ ପଦକ

5

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବ ଏବଂ ଗୌରବର ଦିନ। ଗତ ୨୯ ତାରିଖରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଯାଇଥିବା ସମ୍ମାନଜନକ “ୱାର୍ଲ୍ଡ ପାୱାରଲିଫ୍ଟିଙ୍ଗ୍ କଂଗ୍ରେସ’ (ଡବ୍ଲ୍ୟୁପିସି) ପ୍ରତିଯୋଗିତାରେ ଆମ ଭଦ୍ରକର ପୁଅ ଯୁବ ପ୍ରତିଭା ଶେଖ ନାଜିବ ଅଖତର ରଚିଛନ୍ତି ନୂଆ ଇତିହାସ । ଆମ ଜିଲ୍ଲାର ଜଣାଶୁଣା ସାମ୍ବାଦିକ ଶେଖ ନସୀମ ଅଖତର କାଦରୀଙ୍କ ସୁପୁତ୍ର, ୱାର୍ଲ୍ଡ ପାୱାରଲିଫ୍ଟିଙ୍ଗ୍‌ର ଜୁନିୟର ବିଭାଗରେ ସାରା ଓଡ଼ିଶାରେ ନମ୍ବର-୧ ହୋଇ ସ୍ୱର୍ଣ୍ଣ ପଦକ ଏବଂ ଶ୍ରେଷ୍ଠ ପୁରସ୍କାର ହାସଲ କରି ଚାମ୍ପିଆନ ହୋଇଛନ୍ତି । ଭଦ୍ରକ ପୌରପାଳିକାର ୱାର୍ଡ ନମ୍ବର ୨୦ ଶଙ୍କରପୁର ସ୍ଥିତ ଯୁବ ପ୍ରତିଭା ଶେଖ ନାଜିବ ଅଖତରଙ୍କ ଘର । ସାରା ରାଜ୍ୟରେ ୧୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଉକ୍ତ ରାଜ୍ୟ ସ୍ତରୀୟ ଖେଳରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭଦ୍ରକର ଯୁବ ପ୍ରତିଭା ଶେଖ ନାଜିବ ଅଖତରଙ୍କୁ ସାର୍ଟିଫିକେଟ ଓ ସ୍ୱର୍ଣ ପଦକ ଦ୍ୱାରା ପୁରୁସ୍କୃତ କରିଥିଲେ । ନାଜିବ ଅଖତର ନିଜ ପରିବାର, ଭଦ୍ରକ ଜିଲ୍ଲା ଏବଂ ସମଗ୍ର ଓଡ଼ିଶାର ନାଁ ଗୌରବାନ୍ୱିତ କରିଛନ୍ତି। ତାଙ୍କର ଏହି ଅତୁଳନୀୟ ସଫଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.