Home ଜିଲ୍ଲା ପରିକ୍ରମା ଭାରତୀୟ ଜୀବନ ବୀମା ନିଗମ ଚାନ୍ଦବାଲି ଶାଖାର ୭୦ତମ ଜନ୍ମବାର୍ଷିକ ଉତ୍ସବ

ଭାରତୀୟ ଜୀବନ ବୀମା ନିଗମ ଚାନ୍ଦବାଲି ଶାଖାର ୭୦ତମ ଜନ୍ମବାର୍ଷିକ ଉତ୍ସବ

8

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜୀବନ ବୀମା ଶାଖା(ଏଲଆଇସି) ଚାନ୍ଦବାଲି ଶାଖାର ସଭା ଗୃହରେ ୭୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଭାରତୀୟ ଜୀବନ ବୀମା ଆଜକୁ ୭୦ବର୍ଷ ତଳେ କାର୍ଯ୍ୟକାରୀ ହୋଇଥିବା ବେଳେ ଭାରତର ସମସ୍ତ କୋଣ ଅନୁକୋଣରେ ସାଧାରଣ ଜନତାଙ୍କ ବିଶ୍ୱାସ ଭାଜନ ହେବା ସହ ଭାରତରେ ଜୀବନ ବୀମା ୧ନଂ ସ୍ଥାନ ଗ୍ରହଣ କରିଛି । ଏଥି ସହ ୨୦୨୫-୨୬ ଆର୍ଥିକ ବର୍ଷରେ ନିଜ ଲାଭାଂଶରୁ ୧୨,୨୨୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛି ବୋଲି ହୋଇଥିବା ଉତ୍ସବରେ ବୀମା ଅଭିକର୍ତା ପ୍ରଭାକର ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ନିଜର ବକ୍ତବ୍ୟ ରଖିଥିଲେ। ଆଜି ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଶାଖା ପରିଚାଳକ ଆଲୋକ କୁମାର ତିର୍କୀ, ସହ ପ୍ରଶାସନିକ ଅଧିକାରୀ ଜ୍ଞାନେନ୍ଦ୍ର ପ୍ରସାଦ ବେହେରା, ଉନ୍ନୟନ ଅଧିକାରୀ ଗଣ , ଅଭିକର୍ତା ଅଲେଖ ସାହୁ, ନରୋତମ ଦାସ, ସୁଧାକର ବିଶ୍ୱାଳ ଏବଂ ଶତାଧିକ ବୀମାଧାରୀ ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ନବଘନ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିବା ବେଳେ କର୍ମଚାରୀ ନିରଞ୍ଜନ ନାୟକ, ଦୀପୁନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.