Home ଜିଲ୍ଲା ପରିକ୍ରମା ପ୍ରାଚୀନସଭ୍ୟତା ଓ ସଂସ୍କୃତି ସହ ଜଡିତ ସଂସ୍କୃତ ଭାଷା

ପ୍ରାଚୀନସଭ୍ୟତା ଓ ସଂସ୍କୃତି ସହ ଜଡିତ ସଂସ୍କୃତ ଭାଷା

15

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗଣିିଜାଙ୍ଗ ପଚାଂୟତ କନ୍ତିଆ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆଡମ୍ବରପୂର୍ଣ୍ଣ ଭାବେ ସଂସ୍କୃତ ସପ୍ତାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସଂସ୍କୃତ ଭାଷାର ମହତ୍ୱ, ଏହାର ସାହିତ୍ୟିକ ଓ ଐତିହାସିକ ଅବଦାନ ସହିତ ଭାରତୀୟ ଜ୍ଞାନର ପରମ୍ପରାରେ ସଂସ୍କୃତର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ବାଲେଶ୍ୱରସ୍ଥିତ ଶୁକଦେଇ ସଂସ୍କୃତ ମହାବିଦ୍ୟାଳୟ ବିରଚିଂପୁରର ଅଧ୍ୟାପକ ପ୍ରଶନ୍ନ କୁମାର ପଣ୍ଡା, ମୁଖ୍ୟବକ୍ତା ବରପଦାସ୍ଥିତ କମଳାକିଶୋରୀ ରାଉତ ମହାବିଦ୍ୟାଳୟର ଅଧ୍ୟାପକ ବଙ୍କିମ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ପୁରାତନ ଛାତ୍ର ରଶ୍ମି ରଞ୍ଜନ ବାରିକ ଯୋଗଦେଇ ଜଗତରନାଥ ଜଗନ୍ନାଥ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ, ଏହା ଭାରତୀୟ ସଭ୍ୟତା, ସଂସ୍କୃତି, ଦର୍ଶନ , ନୀତିଶାସ୍ତ୍ର ଓ ଜ୍ଞାନ ପରମ୍ପରାର ଏକ ମହତ୍ୱପୂର୍ଣ୍ଣ ଭାଷା ବେଦ, ଉପନିଷଦ, ପୁରାଣ, ରାମାୟଣ, ମହାଭାରତ, ସମେତ ଅନେକ ମହାନ ଗ୍ରନ୍ଥ ଭାରତୀୟଙ୍କ ଚିନ୍ତାଧାରାକୁ ସମୃଦ୍ଧ କରିଛି । ତେଣୁ ନୂତନ ପିଢୀ ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଆଗ୍ରହ ବଢାଇବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ଦାଶ କହିଥିଲେ ଯେ ସଂସ୍କୃତ ଭାଷା ଆମ ଦେଶରେ ଗୌରବମୟ ଐତିହ୍ୟରେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆଧୁନିକ ଯୁଗରେ ମଧ୍ୟ ସଂସ୍କୃତ ଅଧ୍ୟୟନ ଓ ଗବେଷଣାର ବ୍ୟାପକ ସୁଯୋଗ ରହିଛି । ଛାତ୍ରଛାତ୍ରୀ ମାନେ ସଂସ୍କୃତ ଭାଷାକୁ ନିଜ ଶିକ୍ଷା ଜୀବନରେ ଏକ ଅଂଶ କରିବା ସହ ଏହାର ମହତ୍ୱକୁ ସମାଜରେ ପହଚାଂଇବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ । ସପ୍ତାହବ୍ୟାପୀ ଏହି ମହୋତ୍ସବ ଅବସରରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଶ୍ଳୋକପାଠ , ବେଦପାଠ, ସଂସ୍କୃତ ଭାଷଣ ,କବିତାପାଠ, ସଂସ୍କୃତ ନାଟକ, ପ୍ରବନ୍ଧ ଲିଖନ ଓ ପ୍ରଶ୍ନୋତର ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସଂସ୍କତ ଶ୍ଳୋକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବେଶ ଆକର୍ଷର୍ର୍ିର୍ତ କରିଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ଚନ୍ଦ୍ରକାନ୍ତ ବେହେରା, ମନୋଜ କୁମାର ରାଉତ ଓ ଅଣଶିକ୍ଷକ କର୍ମଚାରୀ ଉତମ କୁମାର ବିଶ୍ୱାଳ, ଶଙ୍କର୍ଷଣ ରାଉତ, ସଂସ୍କୃତ ଭାଷାର ଉତ୍ପତି, ବିକାଶ, ସାହିତ୍ୟିକ ମହତ୍ୱ ଏବଂ ଆଧୁନିକ ସମାଜର ଏହାର ପ୍ରାସଙ୍ଗିକତା ସର୍ମ୍ପକରେ ଆଲୋଚନା କରିଥିଲେ । ବିଶେଷକରି ସଂସ୍କୃତ ସାହିତ୍ୟରେ ରହିଥିବା ନିତୀବୋଧ, ମାନବିକ ମୂଲ୍ୟବୋଧ ଓ ଜୀବନ ଦର୍ଶନକୁ ଛାତ୍ରଛାତ୍ରୀ ମାନେ ନିଜ ଜୀବନରେ ଅନୁସରଣ କରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ଏହି ମହୋତ୍ସବରେ ଅନ୍ୟତମ ଆକର୍ଷଣ ଥିଲା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତ ଭାଷାରେ ଆଲୋଚନା ଓ ଭାଷଣ ପ୍ରଦାନ । ସଂସ୍କୃତ ଭାଷାକୁ ଦୈନନ୍ଦିନ ଜୀବନରେ କିପରି ବ୍ୟବହାର କରାଯାଇପାରିବ, ସେ ସର୍ମ୍ପକରେ ମଧ୍ୟ ଛାତ୍ରଛାତ୍ରୀ ମାନେ ନିଜ ମତ ରଖିଥିଲେ । ଏହା ଫଳରେ ଛାତ୍ରଛାତ୍ରୀ ମଧ୍ୟରେ ଭାଷା ପ୍ରତି ଆଗ୍ରହ ଓ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଥିଲା । ଉତ୍ସବରେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସଂସ୍କୃତ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅତିଥି ମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଚନ୍ଦ୍ରକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସହଯୋଗରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପର୍ଣ୍ଣ ହୋଇଥିଲା । ସଂସ୍କୃତ ସପ୍ତାହ ମହୋତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମନରେ ନିଜ ଭାଷା ଓ ସଂସ୍କୃତି ପ୍ରତି ଗର୍ବବୋଧ ସୃଷ୍ଟି ହେବା ସହ ଭାରତୀୟ ଜ୍ଞାନ ପରମ୍ପରାକୁ ନୂତନ ପିଢୀ ନିକଟରେ ପହଚାଂଇବାର ଏକ ସୁନ୍ଦର ପ୍ରୟାସ ହୋଇଥିବା ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.