Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ସ୍ୱାୟତ ଶାସନ ଦିବସ ପାଳିତ,ସ୍ୱଚ୍ଛତା ଓ ସହର ବିକାଶକୁ ଗୁରୁତ୍ୱ ଦେବାକୁ ସରକାର ପ୍ରତିଜ୍ଞା...

ଚାନ୍ଦବାଲିରେ ସ୍ୱାୟତ ଶାସନ ଦିବସ ପାଳିତ,ସ୍ୱଚ୍ଛତା ଓ ସହର ବିକାଶକୁ ଗୁରୁତ୍ୱ ଦେବାକୁ ସରକାର ପ୍ରତିଜ୍ଞା ବଦ୍ଧ -କାର୍ଯ୍ୟନିର୍ବାହୀ ଅଧିକାରୀ

6

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାୟତ ଶାସନ ଦିବସ ଅବସରରେ ଚାନ୍ଦବାଲି ଏନଏସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ଦିବସଟି ପାଳିତ ହୋଇଯାଇଛି।ଏନଏସି କାର୍ଯ୍ୟାଳୟ ପରିସରରେ ପତାକା ଉତୋଳନ କରାଯାଇଥିଲା। ପରେ ଚାନ୍ଦବାଲି ଟାଉନ ହଲ ରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଟି କୁ ଉଦୁଘାଟନ କରିଥିଲେ। ଚାନ୍ଦବାଲି ରେ ଏନଏସି ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ସ୍ୱାୟତ ଶାସନର ଭୂମିକା ଓ ଚାନ୍ଦବାଲି ସହରର ସାମଗ୍ରିକ ବିକାଶ ନେଇ ଆଲୋଚନା ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଚାନ୍ଦବାଲି ଥାନା ଆଇଆଇସି ପରେଶ କୁମାର ମହାନ୍ତିଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଏବଂ ସହରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା। ଏଥିସହ କର୍ମୀ, ସଫେଇ ମିତ୍ର ଓ ଏନଏସି କାର୍ଯ୍ୟାଳୟର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଏହି ଅବସରରେ ଏନଏସି ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, ସ୍ଥାନୀୟ ସ୍ୱାୟତ ଶାସନ ଜନସାଧାରଣଙ୍କ ନିକଟରେ ସୁଶାସନ ଓ ବିକାଶର ସୁଯୋଗ ପହଞ୍ଚାଇବାର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ। ‘ବିକଶିତ ଚାନ୍ଦବାଲି, ସଶକ୍ତ ଚାନ୍ଦବାଲି ଓ ସୁନ୍ଦର ଚାନ୍ଦବାଲି ଗଠନ ଆମର ସଂକଳ୍ପ’ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ ଓ ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ। ଯନ୍ତ୍ରୀ ପ୍ରଭାତ ସାହୁ କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାରିଷଦ , ଚନ୍ଦନ ରାଉତ, ରେବତୀ ଦାସ,ଶୀତ ମହାଳିକ,ଆନନ୍ଦ ବେହେରା, ବରିଷ୍ଠ ନେତା ପୂର୍ଣ୍ଣ ପାଣି, ସବ୍ୟସାଚୀ ମହାନ୍ତି, ନୀଳମଣି ପଣ୍ଡା, ଶଶିକାନ୍ତ ଦାସ, ଫକୀର ବେହେରା ଓ ଏନ ଏ ସି ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.