Home ଜିଲ୍ଲା ପରିକ୍ରମା ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

10

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ କରଣପଲ୍ଲୀ ଗ୍ରାମର ଜଣେ ନାବାଳିକାଙ୍କୁ ବଳାକିାର କରାଯିବା ଘଟଣାର ବିଚାର କରି ଆଜି ଭଦ୍ରକ ଆଡିସନାଲ ଡିଷ୍ଟ୍ରିକ୍ଟ ଜଜ୍ ମିନତୀ କୁମାର ପଣ୍ଡା ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କାର ଜୋରିମାନା ଆଦେଶ କରିଛନ୍ତି। ଗତ ୨୦୧୮ ମସିହା ଜାନୁଆରୀ ୧୮ ତାରିଖ କରଣପଲ୍ଲୀ ଗ୍ରାମର ନାବାଳିକା ଜଣକ ଲୁଣାବନ୍ଧ ପାଖ ଏକ ଚିଙ୍ଗୁଡ଼ି ଘେର ନିକଟରେ ଯାଉଥିବା ବେଳେ ସେହି ଗ୍ରାମର ବିମଳେଶ୍ୱର ମାଝୀ ନାମକ ଜଣେ ଯୁବକ ନାବାଳିକାଙ୍କୁ ଆଖିରେ ପୋକ ପଡ଼ିଛି ବାହାର କରିଦେ ବୋଲି କହି ପାଖକୁ ଡାକିଥିଲା। ନାବାଳିକା ବିମଳେଶ୍ୱର ପାଖକୁ ଯିବାରୁ ବିମଳେଶ୍ୱର ଜୋର ଜବରଦସ୍ତ କୁଣ୍ଡାଇ ଧରି ହିଡ଼ ତଳକୁ ଟେକି ନେଇ ବଳାକିାର କରିଥିଲା। ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ବାଂଶଡ଼ା ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ସେତେବେଳେ ଥାନା କେସ୍ ନଂ୧୫/୧୮ରେ ଏକ ମାମଲା ରୁଜୁ ହୋଇ ଏହାର ବିଚାର ହୋଇଥିଲା। ଆଜି କୋର୍ଟରେ ରାୟ ଶୁଣାଣି ହୋଇ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ଆଦେଶ ହୋଇଛି। ସରକାରଙ୍କ ତରଫରୁ ସ୍ପେଶାଲ ପିପି ତୁଷାରକାନ୍ତି ଜେନା ମକଦ୍ଦମା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.