ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟରେ ଜାତୀୟ ଖେଳ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା ଏଥିରେ ସଭାପତିତ୍ୱ କରି ଖେଳ ଆଜିର ଦିନରେ ଶିକ୍ଷାର ଏକ ମୁଖ୍ୟ ଅଂଶ ହୋଇଯାଇଛି ଓ ଧ୍ୟାନଚାନ୍ଦ କ୍ରୀଡ଼ା ଜଗତରେ ଜଣେ ଅସାଧାରଣ ବିସ୍ମୟ ବୋଲି କହିଥିଲେ। କ୍ରୀଡ଼ା ଶିକ୍ଷକ ମାନସ କୁମାର ସାହୁ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଶିକ୍ଷକ ଚନ୍ଦନ କୁମାର ସାମଲ, ମାନସ ପଣ୍ଡା ଖେଳର ଉପକାରିତା ବିଷୟରେ ଆଲୋଚନା ରଖିଥିଲେ। ବିଦ୍ୟାଳୟରେ ତିନି ଦିନ ଧରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଷ୍ଣୁପ୍ରିୟା ଯେନା, ତୁଳସୀ ବେହେରା, ବର୍ଷା ରାଣୀ ପଲକ,ଚନ୍ଦନ କୁମାର ସାମଲ, ମାନସ ପଣ୍ଡା, ଯତୀନ୍ଦ୍ର କୁମାର ନନ୍ଦ, ମହାମାୟା ମହାପାତ୍ର, ଜୋସ୍ନା ରାଣୀ ସାହୁ, ବର୍ଷା ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ କରିଥିଲେ। କ୍ରୀଡ଼ା ଶିକ୍ଷକ ମାନସ କୁମାର ସାହୁ ତିନି ଦିନ ଧରି ସମସ୍ତ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ତପଜା ସାହୁ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ଶିକ୍ଷୟିତ୍ରୀ ଉର୍ମିଳା ନାୟକ, ମନ୍ଦୋଦରୀ ସାହୁ, ଲମ୍ବୋଦର ଯେନା, ସତ୍ୟଜିତ୍ ଦାଶ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ସଫଳତା ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା।








