ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଚାଲୁଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାନ୍ଦବାଲି ବ୍ଲକ୍ରେ ଅଗଷ୍ଟ ବନ୍ୟା-୨୦୨୬ ସମ୍ପର୍କିତ ରିଲିଫ୍ ସାମଗ୍ରୀର ବଂଟନ ଓ ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱ ଚାନ୍ଦବାଲି ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ବ୍ୟବସ୍ଥା ୧୯ ଅଗଷ୍ଟ ୨୦୨୬ ଠାରୁ କାର୍ଯ୍ୟକାରୀ ହେବ। ଚାନ୍ଦବାଲି ତହସିଲଦାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ରିଲିଫ୍ କାର୍ଯ୍ୟ ପରିଚାଳନା କରିବେ। ଏଥିସହିତ ଚାନ୍ଦବାଲି ବିଡିଓଙ୍କୁ ସମ୍ପୃକ୍ତ କାର୍ଯ୍ୟକାରୀ ଦାୟିତ୍ୱ ତହସିଲଦାରଙ୍କୁ ହସ୍ତାନ୍ତର କରିବା ସହ ସମସ୍ତ ବନ୍ୟା ସମ୍ପର୍କିତ କାର୍ଯ୍ୟର ସୁଚାରୁ ରୂପେ ପରିଚାଳନା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ୍ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ ଓ ଦ୍ରୁତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।






