Home ଜିଲ୍ଲା ପରିକ୍ରମା ଧାମରା ଅଂଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଧାମରା ଅଂଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

10

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଂଚଳରେ ୮୦ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଜାଗୁଳା ଏବଂ ଧାମରା ବିଜେପି କାର୍ଯ୍ୟାଳୟରେ ଧାମରାଇ ମଣ୍ଡଳର ସଭାପତି ଟୁଲୁ ପ୍ରଧାନ,ଅଭିମନ୍ୟୁ ରାଉତ,ସୁବାଶ ଦାସ,ଦେବଦତ ବିଶ୍ୱାଳ,ବାଂଶଡା କଂଗ୍ରେସ କାର୍ଯ୍ୟାଳୟରେ ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ଦିଗମ୍ବର ଦାସ,ବାଂଶଡା ପଂଚାୟତରେ ସରପଂଚ ପ୍ରଶାନ୍ତି ଦାସ,ଦୋସିଙ୍ଗା ବିଜେପି କାର୍ଯ୍ୟାଳୟରେ ଦେବେନ୍ଦ୍ର ନାୟକ, ଦୋସିଙ୍ଗା ପଂଚାୟତରେ ସରପଂଚ ରାମକୃଷ୍ନ ଜାନା,କଇଥଖୋଲା କଂଗ୍ରେସ ଅଫିସରେ ଅମୀୟ କୁମାର ମହାପାତ୍ର,କରଞମାଳ ପଂଚାୟତରେ ରମେଶ ନାୟକ, ଧାମରା ସ୍ୱାସ୍ଥ୍ୟକେନ୍ଦ୍ରରେ ଡା. ଜନ୍ମେଞୟ ବେହେରା,କରଣପଲ୍ଲୀ ପଂଚାୟତରେ ଥିବା ବିଜୟପାଟଣା ନୋଡାଲ ବିଦ୍ୟାଳୟରେ ମୋ ସ୍କୁଲ କମିଟିର ସଭାପତି ବିଜୟ କୁମାର ବେରା,ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ମତ୍ସ୍ୟପୋତାଶ୍ରୟର ପରିଚାଳକ ସୌମ୍ୟପ୍ରକାଶ ସେଠୀ,ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ତଥା ଅତିରିକ୍ତ ତହସିଲଦାରଙ୍କ ଅଫିସ ପ୍ରାଙ୍ଗଣରେ ଆର ଆଇ ଚନ୍ଦନ ବେହେରା,ଧାମରା ବାଣିଜ୍ୟ ବିଭାଗ ଲଂଚ ଘାଟରେ ପ୍ରକୃତି ବନ୍ଧୁ ଶରତ ଦଳେଇ,ଧାମରାଇ ଥାନାରେ ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, ଧାମରା ମେରାଇନ ଥାନାରେ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ,ଦୋସିଙ୍ଗା କଂଗ୍ରେସ କାର୍ଯ୍ୟାଳୟରେ ନରେନ୍ଦ୍ର ମାଇତି,ଧାମରା ସରସ୍ୱତୀ ଶିଶୁ ମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର ନାୟକ, ଧାମରା ବସଷ୍ଟାଣ୍ଡରେ ଭାରତୀୟ ମଜଦୁର ସଂଘର ସଭାପତି ଚନ୍ଦ୍ର ଶେଖର ଜେନା, ବିଜେପି ଯୁବ ନେତା କାର୍ତିକ ଗୁଡିଆ ଏବଂ ବିପିନ ବେହେରା ପ୍ରମୁଖ ପତାକା ଉତୋଳନ କରିଥିଲେ।ସେହିପରି ଧାମରା ଅଂଚଳରେ ଥିବା ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ରେ ପରିଚାଳକ,ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ପତାକା ଉତୋଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.