ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ୮୦ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । ପୁରୁଣା ବଜାର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର କର, ବାଳାଶ୍ରମ ସ୍କୁଲର ଶିକ୍ଷକ ଧରଣୀଧର ସେଠୀ, ମୁସ୍ତାକ ଗହ୍ୱର, ଜିଲ୍ଲା ମୁଖ୍ୟ ଡାକ ଅଧିକ୍ଷକ ବସନ୍ତ କୁମାର ସିଂ, ସ୍ୱଳ୍ପ ସଂଚୟ ଅଧିକାରୀ ମୋନାଲିସା ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ହଲଦୀଡିହ ବାଇପାସ ସ୍ଥିତ ବି.ଏମ୍. ପବ୍ଲିକ ସ୍କୁଲର ନିଦ୍ଦେର୍ଶକ ସେକ୍୍ ଅଜୀଜୁର କାଦ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଉକ୍ତ ସ୍କୁଲର ଶତାଧିକ ପିଲା ବାଳାଶ୍ରମରେ ପହଂଚି ଅନ୍ତେବାସୀ ଶିଶୁ ମାନଙ୍କ ସହ ଭାବବିନିମୟ କାର୍ଯ୍ୟ କରିବା ସହ ବକ୍ତୃତା, ନୃତ୍ୟ, ସଙ୍ଗୀତ, କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ସ୍ୱଳ୍ପ ସଂଚୟ ଏଜେଂଟ ସଂଙ୍ଘ ଭଦ୍ରକ ଶାଖା ତର‘ରୁ ବାଳାଶ୍ରମ ପରିସରରେ ବୃକ୍ଷରୋପଣ ଓ ମିଷ୍ଟାନ ବଂଟନ କରାଯାଇଥିଲା ।








