Home ଜିଲ୍ଲା ପରିକ୍ରମା ପୁରୁଣାବଜାରର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ପୁରୁଣାବଜାରର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

5

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦରସା କାଦରିଆ ହବିବିଆରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି ଓ ମୁଖ୍ୟ ଅତିଥି ଭାବେ ହାଜି ଅନୱର ହୋସେନ ଜାତୀୟ ପତାକା ଉତୋଳନ କରିଛନ୍ତି ଓ ମଦରସା ସମ୍ପାଦକ ଇଂ. ହବିବୁଲ୍ଲା ଖାନ, ଶିକ୍ଷକ ମହମ୍ମଦ ଜମିଲ କାଦରୀ , ଇଂ ମନାୱର ହୋସେନ, ଶେଖ ହବିବୁଲ୍ଲା, ଜାୱେଦ ଅଖତର, ଶେଖ ମୈରାଜୁଦ୍ଦିନ ଓ ଛାତ୍ରମାନେ ଉପସ୍ଥିତ ରହିଥିଲେ। ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ରୋଭର୍ସ କ୍ଲବରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି ଓ ମୁଖ୍ୟ ଅତିଥି ଭାବେ ହାଜି ଅବୁ ହୋସେନ ଜାତୀୟ ପତାକା ଉତୋଳନ କରିଛନ୍ତି ଓ କ୍ଲବର ସଭାପତି ହରି ନନ୍ଦୀ, ଫେଲୋସିପ ଅଧକ୍ଷ ଫାରୁକ ଭାଇ , ସହିଲ ଅହେମଦ, ହାଜି ଅବୁ ସୁଫିଆନ, ପପୁ ଏବଂ ପ୍ରମୁଖ ସଭ୍ୟ ଉପସ୍ଥିତ ରହିଥିଲେ। ଭଦ୍ରକ କଦମ୍ଭବେଡା ସ୍ଥିତ ମଦରସା ଫୈଜାନେ ଗରିବ ନୱାଜରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି ଓ ମୁଖ୍ୟ ଅତିଥି ଭାବେ ଗୋଲାମ ମହମ୍ମଦ ଜାତୀୟ ପତାକା ଉତୋଳନ କରିଛନ୍ତି ଓ ଶେଖ ଅବଦୁଲ ରହିମ, ଶେଖ ଅବଦୁଲ ବାରି, ଇସ୍ତାକ ଖାନ, ଶେଖ ରଫିକ, ଶିକ୍ଷକ କାରୀ ଓଲିଓର ରହେମାନ, ଶିକ୍ଷକ ଯାମୀ ହସନ, ଶେଖ ଆସିକ, ଶେଖ ମୋହିନୁଦ୍ଦିନ ଓ ଛାତ୍ର/ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.