ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ୮୦ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟରେ ଜାତୀୟ ପତକା ଉତୋଳନ କରିଥିଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ। ଆଜି ସମଗ୍ର ଦେଶ ପାଳନ କରୁଛି ୮୦ ତମ ସ୍ୱାଧିନତା ଦିବସ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠି ଫର୍ ଫର୍ ହୋଇ ଉଡୁଛି ଜାତୀୟ ପତାକା “ତ୍ରୀରଙ୍ଗା’ । ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୮୦ ତମ ସ୍ୱାଧିନତା ଦିବସ ପାଳିତ ହେଉଥିବା ବେଳେ ବିଧାୟକ ଶ୍ରୀ ମଲ୍ଲିକ ଯୋଗଦେଇ ପତାକା ଉତୋଳନ କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା,ବିଜେଡ଼ି ରାଜ୍ୟ ସହ ସମ୍ପାଦକ, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ,ବିଜେଡ଼ି ଜିଲ୍ଲା ଯୁବ ସଭାପତି ରାକେଶ କୁମାର ପଣ୍ଡା,ବିଜେଡ଼ି ଭଦ୍ରକ ଜିଲ୍ଲା ମହିଳା ଜନତା ଦଳ କାର୍ଯ୍ୟାକାରୀ ସଭାପତି ଦେବୀଦତା ମହାନ୍ତି, ବିଜେଡ଼ି ଭଦ୍ରକ ବ୍ଲକ୍ ସଭାପତିପ୍ରଫୁଲ୍ଲ ନାୟକ ଙ୍କ ସମେତ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ ତୃଣମୂଳ ସ୍ତରର କର୍ମକର୍ତା ଉପସ୍ଥିତ ଥିଲେ।








