Home ଜିଲ୍ଲା ପରିକ୍ରମା ଭାଉଜର ସୁନା ଅଳଙ୍କାର ଚୋରି କଲା ଦିଅର, ଫେରାର ଦିଅର ଗିରଫ, ସମସ୍ତ ଚୋରି ସାମଗ୍ରୀ...

ଭାଉଜର ସୁନା ଅଳଙ୍କାର ଚୋରି କଲା ଦିଅର, ଫେରାର ଦିଅର ଗିରଫ, ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର

3

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ପଂଚାୟତର କରଞ୍ଜି ଗୁଣୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନା ଯାଇଥିବା ସୁଯୋଗରେ ଦିଅର ଭାଉଜ ଙ୍କ ଘରର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଧାମନଗର ପୁଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତ ଦିଅର କୁ ଗିରଫ କରିବା ସହ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି।ପ୍ରକାଶଥାଉ କି କରଞ୍ଜି ଗୁଣୁପୁର ଗ୍ରାମର ବଳରାମ ସାହୁଙ୍କ ସ୍ତ୍ରୀ ହିରାବତୀ ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଉଭୟ ସ୍ୱାମୀ-ସ୍ତ୍ରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଘର ଖାଲିଥିବା ଏହି ସୁଯୋଗକୁ ଆଖିରେ ରଖି ବଳରାମଙ୍କ ସାନ ଭାଇ ଗୋବିନ୍ଦ ସାହୁ ଅତି ଚତୁରତାର ସହ ଘରର ଝରକା ଭାଙ୍ଗି ଭିତରେ ପ୍ରବେଶ କରିଥିଲା ଏବଂ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଚୋରି କରି ନେଇଥିଲା। ଚିକିତ୍ସା ସାରି ଦମ୍ପତି ଘରକୁ ଫେରିବା ପରେ ଆସବାବପତ୍ର ଏବଂ ଟ୍ରଙ୍କ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ଏବଂ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ଏନେଇ ପରିବାର ପକ୍ଷରୁ ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତିକରି ଧାମନଗର ଥାନା କେସ୍ ନମ୍ବର ୩୪୩/୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସ, ଏସ୍‌.ଆଇ. କାର୍ତିକ ଜେନା ଏବଂ ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର କୁମାର ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତକୁ ଅଧିକ ଜୋରଦାର କରିବା ପାଇଁ ସନ୍ଧାନୀ କୁକୁର ଏବଂ ସାଇଂଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ପ୍ରମାଣ ସଂଗ୍ରହ କରିଥିଲେ।ଘଟଣା ପରଠାରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ଥିବାବେଳେ, ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଗତକାଲି ଅପରାହ୍ନ ୩:୦୦ ଟା ସମୟରେ ନାରାୟଣପୁର ବଜାରରୁ ପୁଲିସ ତାକୁ କାବୁ କରିବାରେ ସଫଳ ହୋଇଛି। ପଚରାଉଚରା ପରେ ତାଙ୍କଠାରୁ ସମସ୍ତ ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସର ଏପରି ଦ୍ରୁତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.