Home ଜିଲ୍ଲା ପରିକ୍ରମା ଧାମରାରେ ହର ଘର ତ୍ରିରଙ୍ଗା ଅଭିଯାନରେ ୩ଶହ ଫୁଟ ଲମ୍ବର ତ୍ରିରଙ୍ଗା

ଧାମରାରେ ହର ଘର ତ୍ରିରଙ୍ଗା ଅଭିଯାନରେ ୩ଶହ ଫୁଟ ଲମ୍ବର ତ୍ରିରଙ୍ଗା

4

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହର ଘର ତ୍ରିରଙ୍ଗା ଅଭିଯାନରେ ଜନ ସାଧାରଣଙ୍କୁ ସାମିଲ କରିବା କୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିବା ବେଳେ ଆଜି ଧାମରାଇ ମଣ୍ଡଳ ପକ୍ଷରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଧାମରାଇ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା। ପରେ ଏହି ଶୋଭାଯାତ୍ରା ଧାମରା, ଜାଗୁଳା ପଂଚାୟତ ଦେଇ ଧାମରା ବସଷ୍ଟାଣ୍ଡରେ ଶେଷ ହୋଇଥିଲା।ଏହି ଅବସରରେ ଉପସ୍ଥିତ ଥିବା ପଦାଧିକାରୀ ନିଜ ନିଜ ବକ୍ତବ୍ୟରେ ତ୍ରିରଙ୍ଗା ପତାକା ଭାରତର ଗର୍ବ ଏବଂ ଗୌରବର ପ୍ରତିକ ଏବଂ ଏହି ଯାତ୍ରାରେ ଯୋଗଦାନ ଦେଶ ପାଇଁ ସର୍ବୋତମ ଯୋଗଦାନ ଏବଂ ଚଳିତ ବର୍ଷର ହର ଘର ତ୍ରିରଙ୍ଗା ଅଭିଯାନ ବନ୍ଦେ ମାତରମକୁ ସମର୍ପିତ ଏବଂ ଦେଶ ରାଷ୍ଟ୍ରୀୟ ସଙ୍ଗୀତର ୧୫୦ତମ ଜୟନ୍ତୀ ପାଳନ କରୁଛି ବୋଲି ମତ ପ୍ରକାଶ ପାଇଥିଲା । ଆଜି ଏହି ଶୋଭାଯାତ୍ରାରେ ୩ଶହ ଫୁଟର ଲମ୍ବ ତ୍ରିରଙ୍ଗା ବିଶେଷ ଆକର୍ଷଣ ହୋଇଥିବା ବେଳେ ଧାମରାଇ ମଣ୍ଡଳ ସଭାପତି ଟୁଲୁ ପ୍ରଧାନ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଜୟ ନାୟକ,ଅଭିମନ୍ୟୂ ରାଉତ, ଜିଲ୍ଲା ସାଧାରଣ ସଂପାଦକ କମଳାକାନ୍ତ ସୂତାର, ରାଜ୍ୟ କୃଷକ ମୋର୍ଚା ସଂଯୋଜକ ଉପେନ୍ଦ୍ର ରାଉଳ, ଜିଲ୍ଲା କୃଷକ ମୋର୍ଚା ସଭାପତି ଅଶୋକ କୁମାର ରାଉଳ, ସୁବାଶ ଦାସ, ମଣ୍ଡଳ ସଭାନେତ୍ରୀ ତଥା ସମିତ ସଭ୍ୟା ସଞ୍ଜୁକ୍ତା ଦାସ, ଚନ୍ଦ୍ର ଶେଖର ଜେନା, ବିପିନ ବେହେରା, କାର୍ତିକ ଗୁଡିଆ, ରବିନ୍ଦ୍ର ନାୟକ,ମନୋଜ ଲେଙ୍କା,ବସନ୍ତ ଖିଲାର, ଦେବବ୍ରତ ବିଶ୍ୱାଳ, ରତିକାନ୍ତ ଜେନା, ଦୁର୍ଗା ବାରିକ, ନିରୋଦ ନାୟକ, ମାନ ଗୋବିନ୍ଦ ମାଝୀ, ସୋମ୍ୟ ରଞ୍ଜନ ଲେଙ୍କାଙ୍କ ସହ ଜାଗୁଳା ସରସ୍ୱତୀ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.