Home ଜିଲ୍ଲା ପରିକ୍ରମା ଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବାକୁ ଚକ୍ରାନ୍ତ ଅଭିଯୋଗ, ମୁସ୍ତାଫାପୁରର ୪ ବୁଥରେ ନିରପେକ୍ଷ ଯାଂଚ...

ଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବାକୁ ଚକ୍ରାନ୍ତ ଅଭିଯୋଗ, ମୁସ୍ତାଫାପୁରର ୪ ବୁଥରେ ନିରପେକ୍ଷ ଯାଂଚ ଦାବି

7

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଧାମନଗର ରାଜନୀତିରେ ପୁଣି ତାତି ବଢ଼ିଛି। ଫର୍ମ-୭ କୁ ଆୟୁଧ କରି ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣି ବୁଧବାର ଦୋବଲ ଜୋନ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ସହ ଭୋଟର ତାଲିକାର ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା ପାଇଁ ଦଳ ଦାବି ଉଠାଇଛି। ଦୋବଲ ଜୋନ ବିଜେଡିର ଅଭିଯୋଗ ଅନୁଯାୟୀ, ଅନ୍ୟ ପଂଚାୟତର କିଛି ଶାସକ ଦଳ ର ନେତା ଓ ସମର୍ଥକ ଅନ୍‌ଲାଇନ ମାଧ୍ୟମରେ ଫର୍ମ-୭ ଦାଖଲ କରି ଦୋବଲ ଜୋନ ଅଧୀନରେ ଥିବା ଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବାକୁ ଉଦ୍ୟମ କରୁଛନ୍ତି। ଏହା ଏକ ସୁଚିନ୍ତିତ ରାଜନୈତିକ ପଦକ୍ଷେପ ବୋଲି ଦଳ ଅଭିଯୋଗ କରିଛି। ଭୋଟର ତାଲିକାରେ ଜଣେ ଯୋଗ୍ୟ ନାଗରିକଙ୍କ ନାମ ଭୁଲ୍ ଭାବେ ବାଦ୍ ପଡ଼ିବା କେବଳ ଏକ ତାଲିକାଗତ ତ୍ରୁଟି ନୁହେଁ, ଏହା ତାଙ୍କର ମତଦାନ ଅଧିକାରକୁ ସିଧାସଳଖ ପ୍ରଭାବିତ କରିପାରେ। ତେଣୁ ଫର୍ମ-୭ ମାଧ୍ୟମରେ ଦାଖଲ ହେଉଥିବା ପ୍ରତ୍ୟେକ ଆବେଦନର ନିରପେକ୍ଷ ଯାଂଚ ସହ ଆବଶ୍ୟକସ୍ଥଳେ କ୍ଷେତ୍ରସ୍ତରରେ ତଦନ୍ତ କରାଯାଉ ବୋଲି ଦଳ ଦାବି କରିଛି। ଏ ନେଇ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିଶେଷ ଭାବେ ମୁସ୍ତାଫାପୁର ପଂଚାୟତର ୧୯୩, ୧୯୪, ୧୯୫ ଓ ୧୯୬ ନମ୍ବର ବୁଥ ର ଭୋଟର ତାଲିକାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଏହି ଚାରିଟି ବୁଥ ରେ ଭୋଟରଙ୍କ ନାମରେ ହୋଇଥିବା ପରିବର୍ତନ, ଫର୍ମ-୭ ମାଧ୍ୟମରେ ଦାଖଲ ହୋଇଥିବା ଆବେଦନ ଓ ତାହାର ଯାଂଚ ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଘରଘର ବୁଲି ଭୋଟରଙ୍କ ବାସ୍ତବ ଉପସ୍ଥିତି, ବାସସ୍ଥାନ ଓ ଠିକଣା ଯାଂଚ କରାଯାଉ ବୋଲି ଦଳ ଦାବି କରିଛି। ଏହାଦ୍ୱାରା ମୃତ, ସ୍ଥାନାନ୍ତରିତ କିମ୍ବା ଡୁପ୍ଲିକେଟ ଭୋଟରଙ୍କ ନାମ ବାଦ କରିବା ନାମରେ କୌଣସି ଜୀବିତ ଓ ଯୋଗ୍ୟ ଭୋଟରଙ୍କ ନାମ ଭୁଲରେ ବାଦ ନପଡ଼ିବ ବୋଲି ଦଳ ମତ ରଖିଛି।ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପ୍ରକ୍ରିୟାରେ ବିଏଲ୍‌ଓଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନେ କୌଣସି ରାଜନୈତିକ ଚାପରେ ନଆସି ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରନ୍ତୁ ବୋଲି ବିଜେଡି ଆହ୍ୱାନ କରିଛି।ଦଳୀୟ କାର୍ଯ୍ୟକ୍ରମରେ ପ୍ରାୟ ୪୦୦ରୁ ୫୦୦ ଲୋକଙ୍କୁ ନେଇ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ମୁସ୍ତାଫାପୁର ପଞ୍ଚାୟତ ସରପଂଚ ଜିସ୍ନାରା ବିବି, ଧାମନଗର ଏନ୍‌ଏସି ବିଜେଡି ସଂଖ୍ୟାଲଘୁ ନେତା ମହମ୍ମଦ ଫକୀରୁଦ୍ଦୀନ, ମୁସ୍ତାଫାପୁର ବିଜେଡି ଯୁବ ପ୍ରତିନିଧି ରିୟାଜ୍‌? ହୁସେନ୍‌? ଖାନ୍‌? ଓ ସରପଞ୍ଚ ପ୍ରତିନିଧି ଶେଖ୍ ମୁସ୍ତାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ତେବେ ସରକାରୀ ନୀତି ନିୟମରେ ଏହି ସରକାରୀ କାର୍ଯ୍ୟକ୍ରମ ଚାଲୁ ଅଛି ଆବଶ୍ୟକ ପ୍ରମାଣ ପତ୍ର ମାଧ୍ୟମରେ ସଂଶୋଧନ କାର୍ଯ୍ୟକ୍ରମ ହେଉଚି ଏଥିରେ ସହଯୋଗ କରିବାକୁ ବି ଏଲ ଓ ତ୍ରିଲୋଚନ ମାଝୀ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.