Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ଜିଲାପାଳଙ୍କ ସମୀକ୍ଷା ବୈଠକ

ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ଜିଲାପାଳଙ୍କ ସମୀକ୍ଷା ବୈଠକ

2

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଅନୁଷ୍ଠିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ ମହାରାଜ, ସମସ୍ତ ଲାଇନ୍ ଡିପାର୍ଟମେଂଟର ମୁଖ୍ୟଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲାସ୍ତରୀୟ ଅଧିକାରୀମାନେ ନିଜ ନିଜ ବିଭାଗର ଯୋଜନାଗୁଡିକର କାର୍ଯ୍ୟକାରିତାର ଅଗ୍ରଗତି ସଂପର୍କରେ ପିପିଟି ମାଧ୍ୟମରେ ବୈଠକରେ ଉପସ୍ଥାପନା କରିଥିଲେ। ସରକାରୀ ଯୋଜନା ଗୁଡିକର ସଠିକ୍ ରୂପାୟନ ଓ ଏହାର ସୁଫଳ ଯେପରି ସମାଜର ତୃଣମୂଳ ସ୍ତରର ଲୋକଙ୍କ ପାଖରେ ସହଜରେ ଉପଲବ୍ôଧ ହେବ, ଏ ନେଇ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ମେଡିକାଲ ଜିଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶେଷକରି ମାତୃ ଓ ଶିଶୁ ମୃତ୍ୟୁହାର କମାଇବା, ଆନୁଷ୍ଠନିକ ପ୍ରସବ ବୃଦ୍ଧି ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ଏହାବ୍ୟତୀତ ଅଣ ସଂକ୍ରାମକ ରୋଗଗୁଡିକ ଚିହ୍ନଟ କରି ତାହାର ନିରାକରଣ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଜିଲାରେ ନିର୍ମାଣ ନହୋଇ ପଡିରହିଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ରିପୋର୍ଟ ଦେବାକୁ ସିଡିଏମ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ବହୁ ନିର୍ମାଣାଧୀନ ବିଲ୍‌ଡିଂ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହେଉନଥିବା କାରଣ ସଂପର୍କରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ବିଭାଗ କର୍ତୃପକ୍ଷଙ୍କୁ କହିଥିଲେ। ଏହି ବୈଠକରେ ପୂର୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ, କୃଷି ଓ ଉଦ୍ୟାନ ବିଭାଗର ଯୋଜନା ଗୁଡିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.