Home ଜିଲ୍ଲା ପରିକ୍ରମା ବନ୍ୟା ବିପନ୍ନଙ୍କୁ କଂଗ୍ରେସର ଶୁଖିଲା ଖାଦ୍ୟ ଓ ଜରିପାଲ ବଂଟନ

ବନ୍ୟା ବିପନ୍ନଙ୍କୁ କଂଗ୍ରେସର ଶୁଖିଲା ଖାଦ୍ୟ ଓ ଜରିପାଲ ବଂଟନ

19

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ବନ୍ୟା ବିପନ୍ନଙ୍କୁ ବ୍ଲକ କଂଗ୍ରେସ ପକ୍ଷରୁ ସୋମବାର ଶୁଖିଲା ଖାଦ୍ୟ ଓ ଜରିପାଲ ବଂଟନ କରାଯାଇଛି। ବନ୍ୟା ଯୋଗୁଁ ବ୍ଲକର ବିଭିନ୍ନ ଅଂଚଳର ଅନେକ ଗାଁ ପ୍ରଭାବିତ ହୋଇଥିବାବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଅନେକ ପରିବାରଙ୍କ ଘରେ ପାଣି ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ଫଳରେ ଦୈନନ୍ଦିନ ଜୀବନଯାପନ ସହ ଖାଦ୍ୟ, ପାନୀୟ ଜଳ ଓ ରହିବା ପାଇଁ ଆଶ୍ରୟକୁ ନେଇ ଲୋକେ ସମସ୍ୟାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ବିପନ୍ନ ପରିବାରଙ୍କ ନିକଟରେ ସହାୟତା ପହଂଚାଇବା ପାଇଁ ବ୍ଲକ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଇଛି। ଧାମନଗର ଏନଏସି, କଟସାହି, ରଇପୁର, ଖପରପଦା, ସାହାସପୁର, ଧୁଷୁରୀ, ଅସୁରାଳି, ଦେହୁଡ଼ି ଆନନ୍ଦପୁର, କରଦା, ଓ ଦଳାଙ୍ଗ ପଂଚାୟତରେ ଦଳୀୟ କର୍ମୀମାନେ ପହଂଚି ବନ୍ୟା ବିପନ୍ନ ପରିବାରଙ୍କୁ ଜରିପାଲ ଓ ଶୁଖିଲା ଖାଦ୍ୟ ବଂଟନ କରିଥିଲେ। ବନ୍ୟା ପରେ ଅନେକ ଅଂଚଳରେ ଲୋକଙ୍କ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାରୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ କଂଗ୍ରେସ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ନାୟକ, ଜିଲ୍ଲା ଉପସଭାପତି ଅଭିଷେକ ରାଉତ, ହୃଦାନନ୍ଦ ସେଠୀ, ନିମାଇଁ ଜେନା, ସୁଧୀର ଖଟୁଆ, ରବୀନ୍ଦ୍ର ନାୟକ, ଶିଶିର ଦେବତା, ଦୀନବନ୍ଧୁ ଦାସ, ରଞ୍ଜିତ ସାହାଣିଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଓ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.