ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ କୁମାର ସାହୁଙ୍କ ପୌରହିତ୍ୟରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୁବ ନେତ ରାଜେଶ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ।ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ,ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ, ବନ୍ତ୍ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼ାଇ, ମଣ୍ଡଳ ସଭାପତି ତରଣୀ ସେନ ଜେନା,ପ୍ରଣବ ରାଉତ,ରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସରକାର ଲୋକଙ୍କ ସହିତ ଅଛି ସବୁ ପରିସ୍ଥିତିରେ।ବନ୍ୟା ପାଇଁ ସରକାରୀ ବ୍ୟବସ୍ଥା ରେ କୌଣସି ଅଭାବ ନ ଥିବା ବେଳେ ବିରୋଧୀ ଦଳର ବିଦ୍ୟାୟକଂକ୍ଲ ଅତ୍ୟନ୍ତ ନିନ୍ଦନୀୟ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ।ଏଥି ସହିତ ଦିର୍ଘ୍ ବର୍ଷ ରୁ ଦାବି ହୋଇ ଆସୁଥିବା କଂଟିଘାଇ ଏସ୍କେପ ର ସମସ୍ୟା କୁ ନେଇ ଭଦ୍ରକ ସାଂସଦ ପ୍ରୟାସ ଆରମ୍ଭ କରିଛନ୍ତି।ଯାହା ଦ୍ୱାରା ବନ୍ୟା ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଆଶା ପ୍ରକାଶ କରିଛନ୍ତି।ଏଥି ସହିତ ଅବିଳମ୍ବେ ରାଜସ୍ୱ ନିରୀକ୍ଷକ ମାନେ ଅନୁଧ୍ୟାନ କରି ବାସ୍ତବ ଯୋଗ୍ୟ ବନ୍ୟା ପ୍ରଭାବିତ ରେ କ୍ଷୟକ୍ଷତି ହୋଇଥିବା ଲୋକଙ୍କ ତୁରନ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯିବ।







