Home ଜିଲ୍ଲା ପରିକ୍ରମା ଯଶୀପୁୁର ପଂଚାୟତରେ ବନ୍ୟାବିପନ୍ନଙ୍କୁ ସହାୟତା ଯୋଗାଇଲେ ସମିତିସଭ୍ୟ ଏବଂ ସମାଜସେବୀ ସୌମ୍ୟରଞ୍ଜନ

ଯଶୀପୁୁର ପଂଚାୟତରେ ବନ୍ୟାବିପନ୍ନଙ୍କୁ ସହାୟତା ଯୋଗାଇଲେ ସମିତିସଭ୍ୟ ଏବଂ ସମାଜସେବୀ ସୌମ୍ୟରଞ୍ଜନ

3

ଭଦ୍ରକ, ୪ା୮ – ଏହି ଜିଲାର ଚାନ୍ଦବାଲି ବ୍ଲକରେ ବନ୍ୟା କମିଛି ହେଲେ ବଢିଚାଲିଛି ସାଧାରଣ ଜନତା ଏବଂ ଚାଷୀଙ୍କ ଦୁର୍ଦଶା। ଏବେ ମଧ୍ୟ ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଧାନ ତଳା ସଂପୂର୍ଣ ନଷ୍ଟ ହୋଇଯାଇଛି ଏବଂ ଚାଷୀ ଙ୍କ ମୁହଁରୁ ବର୍ଷକର ଦାନା ମଧ୍ୟ ଛଡାଇ ନେଇଛି। ଏହି ପରିପ୍ରେକ୍ଷୀରେ ଯଶୀପୁର ପଂଚାୟତରେ ଚାଷୀଙ୍କ ଦୁର୍ଦଶା ମଧ୍ୟ କମି ନାହିଁ। ଆଜି ଯଶୀପୁର ପଂଚାୟତ ର ସମିତି ସଭ୍ୟ ଶ୍ରୀ ବାସ ଦାସ, ସମାଜସେବୀ ସୌମ୍ୟରଞ୍ଜନ ଦାସ,କିଶୋର ବେହେରା, ଆନନ୍ଦ ଜେନା, ଜଡା ଜେନା, ପୁନିଆ ବଳ, ସୁକାନ୍ତ ଦାସ, ଅକ୍ଷୟ ଧଳ,ମଧୁସୁଦନ ଜେନା ଯଶୀପୁର, କୁଦକାନ୍ଥି, ଶୁଭଦିଆ, ବାରାକୋହ୍ଲା ଏବଂ ବଳସାହି ଗ୍ରାମକୁ ଯାଇ ଘରକୁ ଘର ବୁଲି ଶୁଖିଲା ଖାଦ୍ୟ ବଂଟନ କରିଥିଲେ। ବନ୍ୟା ଛାଡି ଯାଇଥିବା ବେଳେ ଏହି ପଂଚାୟତର ବହୁ ଅଂଶ ପାଣି ଘେରରେ ।ଶତାଧିକ ଗୃହ ପାଳିତ ପଶୁ ମାନଙ୍କ ପାଖରେ ସରକାରଙ୍କ ତର‘ରୁ ଦିଆଯାଉଥିବା ଖାଦ୍ୟ ପହଂଚି ପାରିନାହିଁ ଏବଂ ସମସ୍ତ ବନ୍ୟା ବିପନ୍ନ ଙ୍କ ପାଖରେ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.