Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ କମିଛି ବନ୍ୟା ,ସ୍ଥିତି ଅନୁଧ୍ୟାନ ସହ ରିଲିଫ୍ ବାଂଟିଲେ ବିଧାୟକ ସଂଜୀବ

ଭଣ୍ଡାରିପୋଖରୀରେ କମିଛି ବନ୍ୟା ,ସ୍ଥିତି ଅନୁଧ୍ୟାନ ସହ ରିଲିଫ୍ ବାଂଟିଲେ ବିଧାୟକ ସଂଜୀବ

2

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭଣ୍ଡାରିପୋଖରୀରେ କମିଛି ବନ୍ୟାଜଳ। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ଘଟିନାହିଁ। ଏହି ସମୟରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଲୋକଙ୍କ ପାଖରେ ପହଂଚି ରିଲିଫ୍ ଦେବା ସହ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସେ ମାଳଦା ଗ୍ରାମ ପଂଚାୟତରେ ପହଂଚି ଲୋକଙ୍କୁ ପାଲ ଓ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା ବନ୍ୟା ଜଳ ଭଣ୍ଡାରିପୋଖରୀ ର ବ୍ଲକ୍ ର ୧୦ ରୁ ୧୨ ଟି ଗ୍ରାମ ପଂଚାୟତ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ପହଂଚି ପାରି ନଥିଲେ ସରକାରୀ ଅଧିକାରୀ । ଏତିକିବେଳେ ରିଲିଫ୍ ସାମଗ୍ରୀ ଧରି ସହଯୋଗର ହାତ ବଢ଼ାଇଥିଲେ ବିଧାୟକ ଶ୍ରୀ ମଲ୍ଲିକ। ଆଜି ବନ୍ୟା ଜଳ ସ୍ତର କମିବା ପରେ ମାଳଦା ଗ୍ରାମ ପଂଚାୟତର ବିଭିନ୍ନ ଅଂଚଳ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷଜମି, ଭାଙ୍ଗିପଡିଥିବା କଚ୍ଚା ଘର ପରିଦର୍ଶନ କରି ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ବ୍ଲକ୍ ର ଅନ୍ୟ ଅଂଚଳରେ ଚାଷଜମି କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ସମେତ ରାଜସ୍ୱ ବିଭାଗର ମନ୍ତ୍ରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରି ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଷୋଳମପୁର ଗ୍ରାମ ପଂଚାୟତ ର ବିରୁଳି ଠାରେ ବିଧାୟକ ଶ୍ରୀ ମଲ୍ଲିକ ପହଂଚି ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କୁ ରିଲିଫ୍ ବଂଟନ କରିଛନ୍ତି। ଏବଂ ଜିଲ୍ଲାପ୍ରଶାସନ ସହ ଆଲୋଚନା କରି ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.