ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୭ ମସିହାର ଆଇଏଏସ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭଦ୍ରକ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ସେ ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିଲେ। ବର୍ତମାନର ଭଦ୍ରକ ଜିଲାପାଳ ଡ. ଦିଲୀପ ରାଉତରାଏ ଆସନ୍ତାକାଲି (୩୧.୭.୨୬) ଅବସର ନେବେ। ତାଙ୍କ ସ୍ଥାନରେ ଶ୍ରୀ ଉପାଧ୍ୟାୟ ଅଗଷ୍ଟ ୧ ରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି।








