ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଏହି ଜିଲାର ଧାମନଗର ହାଇସ୍କୁଲ ପରିସରରେ ‘ ନିତ୍ୟାନନ୍ଦ ବିଶ୍ୱାଳ ପାଠାଗାର କକ୍ଷ’ରେ ଆଜି ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ସମାରୋହ ଅତ୍ୟନ୍ତ ଭକ୍ତିପୂତ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳକ ରସାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର ଗୋସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଦୟାନିଧି ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ।ସେହିପରି ସମ୍ମାନିତ ଅତିଥି ଭାବେ ସଙ୍ଗୀତ ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ସ୍ୱାଇଁ, ନିରାକାର ଧଳ, ରାମଚନ୍ଦ୍ର ସାହୁ, ପ୍ରମୋଦ ମହାକୁଡ଼, ସେକ୍ ଅବଦୁଲ ହାକିମ, ହୃଷୀକେଶ ବେହେରା, ନରେନ୍ଦ୍ର କୁମାର ମଲ୍ଲିକ, ପଦ୍ମନାଭ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଜେନା, ସୁଶାନ୍ତ କୁମାର ରାଉତ, ସେକ ଜାଫର ଅଲ୍ଲୀ , ଦୁର୍ଗାପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ, ସଂଗଠକ, ଶିକ୍ଷାନୁଷ୍ଠାନ ପ୍ରେମୀଥିଲେ। “ନିତ୍ୟାନନ୍ଦ ବିଶ୍ୱାଳ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଅନୁଷ୍ଠାନ।” ଧାମନଗର, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଆଦି ବିଭିନ୍ନ ଅଞ୍ଚଳରେ ଶିକ୍ଷା ମନ୍ଦିର ପ୍ରତିଷ୍ଠା କରିବାରେ ତାଙ୍କର ଅବସ୍ମରଣୀୟ ଅବଦାନ ରହିଛି। ସେ ଜଣେ ଅତ୍ୟନ୍ତ ଦରଦୀ ଓ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରଶାସନର ଏଭଳି ଏକଚାଟିଆ ଓ ଜନମତ ବିରୋଧୀ ନିଷ୍ପତି ପରେ ଅଂଚଳର ମହିଳା ଓ ଯୁବକମାନେ ଏକଜୁଟ୍ ହୋଇ ଗୁପ୍ତ ବୈଠକ ମାନ ଆରମ୍ଭ କରିଛନ୍ତି। ପ୍ରଶାସନର ଏପରି ଜନବିରୋଧୀ କାର୍ଯ୍ୟ ଯୋଗୁଁ ଯେକୌଣସି ମୁହୂର୍ତରେ ଏହା ଏକ ବିରାଟ ଜନଆନ୍ଦୋଳନ ର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥାନୀୟ ସରପଞ୍ଚ ଝରଣା ମାଝୀ କହିଛନ୍ତି ଯେ ଯେମିତି ହେଉ ସେଠାରୁ ମଦ ଦୋକାନ ହଟା ଯିବବୋଲି କହିଛନ୍ତି।








