Home ଜିଲ୍ଲା ପରିକ୍ରମା ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ,ମହାନ୍ ଜନନାୟକଙ୍କୁ ଧାମନଗର ବରିଷ୍ଠ ନାଗରିକ...

ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ,ମହାନ୍ ଜନନାୟକଙ୍କୁ ଧାମନଗର ବରିଷ୍ଠ ନାଗରିକ ପରିଷଦର ଶ୍ରଦ୍ଧାଞ୍ଜଳି

4

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲା ଧାମନଗର ବରିଷ୍ଠ ନାଗରୀକ ପରିଷଦ ପକ୍ଷରୁ ମହାନ ବୈଜ୍ଞାନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ‘ମିସାଇଲ ମ୍ୟାନ୍‌’ ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଏହି ଅବସରରେ ପରିଷଦର ସଦସ୍ୟମାନେ ଡ. କଲାମଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ପରିଷଦର ସଭାପତି ଅନୀଲ କୁମାର ବାରିକ ଏଥିରେ ସଭାପତିତ୍ୱ କରି ଡ. କଲାମଙ୍କ ଜୀବନଦର୍ଶନ, ସରଳତା ଏବଂ ଦେଶପ୍ରେମ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ସ୍ମୃତିଚାରଣ ସଭାରେ ପରିଷଦର କାର୍ଯ୍ୟକର୍ତା ଓ ସଦସ୍ୟମାନେ ଯୋଗଦେଇ ଡ. କଲାମଙ୍କ କର୍ତବ୍ୟନିଷ୍ଠା ଓ ଆଦର୍ଶକୁ ନିଜ ଜୀବନରେ ଆପଣାଇବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ନୃସିଂହ ଚରଣ ନାୟକ, ମହେଶ୍ୱର ସ୍ୱାଇଁ, ରାମ ଚନ୍ଦ୍ର ସାହୁ, ଅଭିମନ୍ୟୁ ମଲିକ, ହୃଦାନନ୍ଦ କର, ନରେନ୍ଦ୍ର ମଲିକ, ଅବଦୁଲ ହକିମ, ଲମ୍ବୋଦର ମହାନ୍ତି, କୃଷ୍ଣଚନ୍ଦ୍ର ଜେନା, ନିରାକାର ଧଳ, ଧନଞ୍ଜୟ ଦାସ, ପୟୋଧର ବେହେରା, ରାଜେନ୍ଦ୍ର ବେହେରା, ସୁରଥ ସେଠୀ ଏବଂ କୈଳାସ ଗୁପ୍ତା ପ୍ରମୁଖ ପ୍ରମୁଖ ଉପସ୍ଥିତ ରହି ଡ. କଲାମଙ୍କ ସ୍ମୃତିଚାରଣ କରିଥିଲେ। ପ୍ରଥମେ ପରିଷଦ ପରିସର ଥିବା କଲାମ ଙ୍କ ପ୍ରତିମୂର୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.