Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ଲଗାଣ ବର୍ଷାଜନିତ ଦୁର୍ଦ୍ଦଶା, ଫଳପୁର ପତିସାହିରେ ଜଳବନ୍ଦୀ ଜନଜୀବନ, ପ୍ରଶାସନିକ ଦୃଷ୍ଟି ଆକର୍ଷଣ

ଧାମନଗର ଅଂଚଳରେ ଲଗାଣ ବର୍ଷାଜନିତ ଦୁର୍ଦ୍ଦଶା, ଫଳପୁର ପତିସାହିରେ ଜଳବନ୍ଦୀ ଜନଜୀବନ, ପ୍ରଶାସନିକ ଦୃଷ୍ଟି ଆକର୍ଷଣ

7

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବଂ ଲଗାଣ ବର୍ଷା ପ୍ରଭାବରେ ସମଗ୍ର ଧାମନଗର ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ବିଭିନ୍ନ ଗ୍ରାମାଂଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାସ୍ତାଘାଟ ଗୁଡ଼ିକ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାର ମରାମତି କରାଯାଉ ନଥିବାରୁ ସାଧାରଣ ଜନତା ଏବଂ ଯାତ୍ରୀମାନେ ଯିବାଆସିବା କରିବାରେ ଅନେକ ହଇରାଣ ହେଉଛନ୍ତି।ଏହାର ଏକ ପ୍ରମୁଖ ଉଦାହରଣ ଦେଖିବାକୁ ମିଳିଛି ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଂଚାୟତର ୧୭ ନମ୍ବର ୱାର୍ଡ ଅଧୀନସ୍ଥ ଫଳପୁର ଗ୍ରାମର ପତିସାହିରେ। ଏଠାରେ ଏକ ବେଆଇନ କିମ୍ବା ଅବୈଜ୍ଞାନିକ ଆଡ଼ିବନ୍ଧ ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳସ୍ୱରୂପ, ସାହିର ପ୍ରାୟ ୩୦ଟି ପରିବାର ବର୍ଷା ଜଳରେ ଜଳବନ୍ଦୀ ହୋଇ ରହିଛନ୍ତି। ଘରୁ ଗୋଡ଼ କାଢ଼ିବା ମଧ୍ୟ କଷ୍ଟକର ହୋଇପଡ଼ିଥିବା ବେଳେ ପିଲାମାନେ ସ୍କୁଲକୁ ଯାଇପାରୁ ନାହାନ୍ତି।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଉକ୍ତ ଗ୍ରାମ ପାଇଁ ଡ୍ରେନଜେ ବିଭାଗ ପକ୍ଷରୁ ଏକ ପୋଲ ନିର୍ମାଣ ହୋଇଥିଲା। କିନ୍ତୁ ବିଦ୍ୟୁତ୍ ତାର ସ୍ଥାନାନ୍ତରଣ ତଥା ବିଦ୍ୟୁତ୍ ସମସ୍ୟା କାରଣରୁ ପୋଲ ନିର୍ମାଣ କାର୍ଯ୍ୟ ଅଧାରୁ ଅଟକି ରହିଛି, ଯାହାକି ସମସ୍ୟାକୁ ଆହୁରି ଜଟିଳ କରିଛି।ଏହି ଗୁରୁତର ସମସ୍ୟା ପ୍ରତି ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରାଯିବା ସହ ଅଧାପନ୍ତରିଆ ହୋଇ ରହିଥିବା ପୋଲ କାମକୁ ଶେଷ କରାଗଲେ ଜନସାଧାଣ ଏହି ଦୁର୍ଦ୍ଦଶାରୁ ମୁକ୍ତି ପାଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.