Home ଜିଲ୍ଲା ପରିକ୍ରମା ଐତିହାସିକ ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ...

ଐତିହାସିକ ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ,କକ୍ରୋଚ ଜନତା ପାର୍ଟି ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

3

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା, ଐତିହାସିକ ଦିଲ୍ଲୀ ଛାତ୍ର ଆନ୍ଦୋଳନରେ ଯୋଗଦେଇଥିବା ଆନ୍ଦୋଳନ କାରୀ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଦିଲ୍ଲୀ ପୋଲିସର ଅମାନୁଷିକ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା, ଛାତ୍ର ଛାତ୍ରୀ ମାନଙ୍କ ଉପରେ ଆକ୍ରମଣ କରିଥିବା ସଂପୃକ୍ତ ଦିଲ୍ଲୀ ପୋଲିସ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଛାତ୍ରୀ ମାନଙ୍କ ପ୍ରାଇଭେଟ ପାର୍ଟକୁ ଟାର୍ଗେଟ କରି ମାଡ ମାରିବା ସହ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ପୁରୁଷ ପୋଲିସ୍ ମାନଙ୍କୁ ଚାକିରି କୁ ବହିଷ୍କାର କରାଯିବା, ଏନ୍ ଟି ଏ କୁ ବାତିଲ କରିବା, ମୃତ୍ୟୁ ବରଣ କରିଥିବା ନିଟ୍ ଛାତ୍ର ଛାତ୍ରୀ ଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ, ଛାତ୍ର ବିରୋଧି ଜାତୀୟ ଶିକ୍ଷା ନୀତି-୨୦୨୦ ବାତିଲ କରିବା ଦାବି ନେଇ କକ୍ରୋଚ ଜନତା ପାର୍ଟି ଭଦ୍ରକ ଶାଖା ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ନଦେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଥିଲେ । ଏହି ଗଣଧାରଣାରେ କକ୍ରୋଚ ଜନତା ପାର୍ଟି ଭଦ୍ରକ ଶାଖାର ସଭ୍ୟ ସବୀର ଖାନ୍‌, ଦିବ୍ୟ ରଞ୍ଜନ ସାହୁ, ଶ୍ରୀକାନ୍ତ ମଲ୍ଲିକ, ସେକ୍ ହାଲଦାର, ଇମତାଜ ଖାନ୍‌, ସାଇବର ଅଲ୍ଲୀ ଖାନ୍‌, ଆଜାଦ୍ ଖାନ୍‌, ସୁଲତାନ ମିର୍ଜା ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଆଇନଜୀବୀ ଅଶୋକ ନାୟକ, ଆଇନଜୀବୀ କୌଶିକ୍ ଦାସ, ନବନିର୍ମାଣ ଯୁବ ଛାତ୍ର ସଂଗଠକ ଜାହିର ଖାନ୍‌, ଯୁବ ନେତା ସେକ୍ ଅବତବ୍‌, ଛାତ୍ର ନେତ୍ରୀ ଅର୍ଚ୍ଚନା ସାହୁ, ମହିଳା ନେତ୍ରୀ ହାସିନା ଖାତୁନ, ସେକ୍ ସଜିତ୍‌, ସେକ୍ ଜାଫ,ର୍ ମୁରାଦ ଅଲ୍ଲୀ ଖାନ୍‌, ସେକ୍ ସାହଜ କ୍ୱାଦ୍ରି, ନିଆଜ୍ ଇକ୍ୟୁଆଲ୍ ଖାନ୍‌, ରାଜ୍‌ଉଦ୍ଦିନ ଖାନ୍‌, ଯୁବ ନେତା ମଜବର ସାହା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ । ଏହି ଧାରଣା ସକାଳ ୮ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକାରେ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.