Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

5

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ୧୬ ନମ୍ବର ଜାତୀୟ ରାଜପଥର ଯଶୋଟିକିରୀ ଠାରେ ବୁଧବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତବରଣ କରିଛନ୍ତି। ଘଟଣାରୁ ପ୍ରକାଶ ବୁଧବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନା ଚନ୍ଦନପୁର ଗ୍ରାମ ର ରତ୍ନାକର ଦାଶ (୨୩) ଓ ରୁପସା ଥାନା ଅନ୍ତର୍ଗତ ରୁପସା ର ଚନ୍ଦନ କୁମାର ସ୍ୱାଇଁ (୨୪) ଓଡି ୦୧ ବି ଏଫ ୧୨୩୬ ନଂ ବୁଲେଟ ଯୋଗେ କଟକ ଯାଉଥିବା ବେଳେ ପଛରୁ ଏକ ଅଜଣା ଗାଡ଼ି ଧକ୍କାଦେଇଥିଲା। ଘଟଣାସ୍ଥଳରେ ରତ୍ନାକରଙ୍କ ମୃତ୍ୟୁ ହୋଇଥିଲା। ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ପଠାଇଥିଲା। ମେଡିକାଲରେ ଚନ୍ଦନ ମୃତ୍‌ଯୁବରଣ କରିଥିବା ଜଣାଯାଇଛି। ମୃତ ରତ୍ନାକରଙ୍କ ସମ୍ପର୍କୀୟ ଅଶୋକ ଦାସଙ୍କ ଅଭିଯୋଗ ଅନୁଯାଇ ପୁଲିସ ୩୬୨/୨୬ ନଂ ମାମଲା ଋଜ୍ଜୁ କରି ଶବ ବ୍ୟବଚ୍ଛେଦ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.