Home ଜିଲ୍ଲା ପରିକ୍ରମା ପଧାନପଡା ମିଶନ ଶକ୍ତି ଗୃହରୁ ତାଲା ଖୋଲିଲା

ପଧାନପଡା ମିଶନ ଶକ୍ତି ଗୃହରୁ ତାଲା ଖୋଲିଲା

6

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ପଚାଂୟତ ସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ଅର୍ଥ ଆତ୍ମସାତ ଘଟଣାରେ ଆଜକୁ ଦୁଇ ବର୍ଷ ହେବ ମିଶନ ଶକ୍ତି ଗୃହରେ ତାଲା ପଡିଥିବା ବେଳେ ଆଜି ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ ମତେ ପୋଲିସ୍ ତାଲା ଖୋଲିଥିବା ଦେଖାଯାଇଛି । ଆଗାମୀ ଦିନରେ ମହିଳା ମାନେ ଉକ୍ତ ଗୃହରେ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରି ପାରିବେ ବୋଲି କହିଛନ୍ତି । ପ୍ରକାଶ ଯେ, ପଧାନପଡା ପଚାଂୟତ ସ୍ତରୀୟ ମହିଳା ମହାସଂଘର ଜମାଖାତା ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖାରେ ରହିଛି । ଉକ୍ତ ଜମା ଖାତାରୁ ଚଚଂକତା ପୂର୍ବକ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ମହାସଂଘର ସଭାନେତ୍ରୀ, ସମ୍ପାଦିକା ଓ ଏମ୍‌.ବି.କେ ବେଆଇନ ଭାବେ ଉଠାଇ ଆତ୍ମସାତ କରିଥିବା ନେଇ ସଦସ୍ୟା ମାନେ ଜିଲ୍ଲା ପ୍ରକଳ୍ପ ପରିଚାଳକ, ବନ୍ତ ବିଡିଓ ଓ ମିଶନଶକ୍ତି ଅଧିକାରୀଙ୍କୁ ଜଣାଇ ଗତ ୬-୯-୨୪ ରେ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଗୋଷ୍ଠୀ ନାମରେ ନକଲି ରିଜୋଲେସନ ତିଆରି କରି ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟା ମାନଙ୍କର ଜାଲ ଦସ୍ତଖତ ବଳରେ ଏହି ଟଙ୍କା ଉଠାଇ ଥିବା ଅବଗତ କରିଥିଲେ । ପରେ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ପର୍ଯ୍ୟାୟକ୍ରମେ ଟଙ୍କା ଜମା କରାଯାଇଥିଲା । ଏହି ବିବାଦ ପର ଠାରୁ ମହାସଂଘର ଯାବତୀୟ କାର୍ଯ୍ୟ ବ୍ଲକ ପରିସରରେ ଗଛ ମୂଳେ କରାଯାଉଥିଲା । ଜନ ଅଭିଯୋଗ ଶୁଣାଣୀରେ ମହିଳା ମାନେ ତାଲା ଖୋଲିବା ନେଇ ଜଣାଇବା ପରେ ଆଜି ଭଦ୍ରକ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ବନ୍ତ ବିଡିିଓଙ୍କ ଚିଠି ମୂଳେ ପୋଲିସ ମହିଳା ମାନଙ୍କ ଉପସ୍ଥିତରେ ତାଲା ଖୋଲି ମହାସଂଘର ଉପ ସଭାନେତ୍ରୀ ଝାନେରା ବିବିଙ୍କୁ ଚାବି ହସ୍ତାନ୍ତର କରାଯାଇଛି । ଏହି ତାଲା ଖୋଲିବା ପରେ ସିଆରପି ଉମାରାଣୀ ଦାସ, କବିତା ନାୟକ, ସୁରଜିତା ବେହେରା, ଖଲିଦା ବିବି, ବୈଦେହୀ ସେଠୀ, ମନୋରମା ତରେଇ, ଇସମତୁନ୍ ଖାତୁନ,ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ସ୍ୱର୍ଣ୍ଣମୟୀ ସାହୁ,ମନୁଆରୀ ବିବି, ଜହ୍ନ ଯେନା, ସୁମତୀ ଜେନା, ସୁଲୋଚନା ଜେନା, ଜାନକୀ ଜେନା ପ୍ରମୁଖ ଖୁସିବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.