ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ସାମୁଦ୍ରିକ ଥାନା ପକ୍ଷରୁ ପରିବେଶକୁ ସୁସ୍ଥ ସୁନ୍ଦର ଏବଂ ସବୁଜିମାରେ ଭରିଦେବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏକ ବଗିୟା ମା କା ନାମ ପେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଧାମରା ସାମୁଦ୍ରିକ ଥାନାରେ ସମସ୍ତ କର୍ମଚାରୀ ଧାମରା ନିକଟସ୍ଥ ଉଡାବାଲି ଦ୍ୱୀପ କୁ ଯାଇ ସେଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ। ଆଜି ହୋଇଥିବା ଏହି କାର୍ଯ୍ୟକ୍ରମରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, ଧାମରା ସାମୁଦ୍ରିକ ଥାନାର ସହକାରୀ ସବ ଇନ୍ସପେକ୍ଟର କୃର୍ଷ୍ଣଚନ୍ଦ୍ର ନାୟକ, ରତିକାନ୍ତ ସେଠୀ, ସୁବାଶିଷ ରାଉତ, ଭଳଭଦ୍ର ବାରିକ, ନନୀ ଗୋପାଳ ଦାସ, ରଞ୍ଜନ କୁମାର ଦାସ, ରଜନୀକାନ୍ତ ପ୍ରଧାନ, ବେଣୁଧର ମଲିକ, ସଞ୍ଜିବ ମଲିକ, ଜ୍ଞନରଞ୍ଜନ କର, ପ୍ରଶାନ୍ତ ବେହେରା ଏବଂ ଧାମରା ସବୁଜ ବାହିନୀର ସଂପାଦକ ଶରତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।







