Home ଜିଲ୍ଲା ପରିକ୍ରମା ଗାନ୍ଧୀଙ୍କ ଆଦର୍ଶରେ କାର୍ଯ୍ୟ କରୁଥିଲେ ରାମନାରାୟଣ

ଗାନ୍ଧୀଙ୍କ ଆଦର୍ଶରେ କାର୍ଯ୍ୟ କରୁଥିଲେ ରାମନାରାୟଣ

5

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଚଂଳର ଲୋକଙ୍କ ସେବା ପାଇଁ ଗାନ୍ଧୀଙ୍କ ଆଦର୍ଶରେ ରାମ ନାରାୟଣ ରାୟ କାର୍ଯ୍ୟ କରୁଥିଲେ, ନିଜକୁ ଅଣଦେଖା କରି ସମାଜ ପାଇଁ ତାଙ୍କର ନୈତିକ ଦାୟିତ୍ୱ ଓ କର୍ତବ୍ୟକୁ ସେ ନିଭାଉଥିଲେ ବୋଲି ଭଦ୍ରକ ଜିଲ୍ଲା ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ୯୨ ତମ ଜନ୍ମ ଜୟନ୍ତି ଉତ୍ସବରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକ, ପୂର୍ବତନ ବିଧାୟକ ପୁରୁଷୋତମ ସେଠୀ, ପଚାଂନନ ମଣ୍ଡଳଙ୍କ ସହ କାର୍ଯ୍ୟ କରି ଆଗରପଡା କଲେଜ, ସଂପୃକ୍ତ ଅଚଂଳରେ ଚାଷ ଜମିକୁ ଜଳ ସେଚନର ସୁବିଧା ପାଇଁ କେନାଲ ଓ ବିଦ୍ୟୁତକରଣ ତାଙ୍କର ଅବଦାନ ଥିଲା ବୋଲି କହି ସେ ସଂପୃକ୍ତ ଅଚଂଳର ଗାନ୍ଧୀ ଭାବେ ପରିଚିତ ହୋଇ ପାରିଥିବା ମତ ପ୍ରକାଶ ପାଇଥିଲା । ପୂର୍ବତନ ସରପଚଂ ରବିନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ପଚାଂନନ ମଣ୍ଡଳ, ନାଟ୍ୟକାର ତଥା ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, କୃଷି ବୈଜ୍ଞାନିକ ତଥା ବିଶିଷ୍ଟ କବି ଅରୁଣ ପାତ୍ର, ପୂର୍ବତନ ସରପଚଂ ରବିନାରାୟଣ ମହାନ୍ତି, ଜଇନୁଲ୍ ଆବେଦିନ ଡ. ହରେକୃଷ୍ଣ ମହତାବ ଓ ଗୋପିନାଥ ଦାସଙ୍କ ପରେ ରାମାନାରାୟଣ ରାୟ ଜଣେ ଭଲ ମଣିଷ ଥିଲେ, ସ୍କୁଲ୍ ,ମନ୍ଦିର ଗଢିବାରେ ନୁହେଁ ସମସ୍ତେ ଭଲରେ ରହିବା ଓ ପିତା ମାତାଙ୍କୁ ଭଲ ପାଇବାରେ ସାମାଜିକ ଦାୟିତ୍ୱବୋଧ ତାଙ୍କର ମହନୀୟ ଗୁଣ ଥିଲା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଚିତ୍ରଶିଳ୍ପୀ ନମିତା ବେହେରା, କବୟତ୍ରୀ ସଂଯୁକ୍ତା ବଳନାୟକ, ସାମ୍ବାଦିକ କୁମାର ଗୌରବ ଜେନାଙ୍କ ସମେତ କବିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ହେମନ୍ତ ସିଂହଙ୍କ ମଂଚ ସଂଚାଳନରେ ଶିକ୍ଷକ ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ, ସାମ୍ବାଦିକ ପ୍ରଦୁମ୍ନ୍ୟ ପୁହାଣ ମାନପତ୍ର ପାଠ , ପୂର୍ବତନ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋପିନାଥ ଜରା ନିବାସର ଅନ୍ତେବାସୀ ମାନଙ୍କୁ ଫଳ ବଟଂନ କରାଯାଇଥିଲା । ଅପରାହ୍ନରେ ଶତାଧିକ କବି ଶିକ୍ଷାବିତ୍ ପ୍ରଣୟ ସିଂହଙ୍କ ସଂଯୋଜନାରେ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ମନୋଜ କୁମାର ରାୟ, ତାପସ କୁମାର ରାୟ, ରାମଚନ୍ଦ୍ର ନାୟକ, ଶୁସାନ୍ତ ଶତପଥି, ଅକ୍ଷୟ ରାଉତ, ଟୁଟୁ ଆଇଚ, ଲକ୍ଷ୍ମୀଧର ଦାସ, ଜିତେନ୍ଦ୍ର ଶତପଥି, ସତ୍ୟବାନ ଦାସ, ଉତମ ପଣ୍ଡା, ଅଶୋକ ପରିଡା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.