ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୪ଦିନ ହେବ ଆରଡି ଅଂଚଳ ସମେତ ଆଖପାଖ ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଷାଠିବାଙ୍କୁଡା ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧର ୬୦ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ ନଦୀ ଆଡ଼କୁ ଦବି ଯାଇଛି। ଫଳରେ ଯଦି ବୈତରଣୀରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖାଦେବ ତାହାଲେ ନଦୀବନ୍ଧ ସମ୍ପୁର୍ଣ୍ଣ ଭାବେ ଭାସିଯିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ପୂର୍ବରୁ ଏହି ନଦୀବନ୍ଧ ଦୁର୍ବଳ ଥିବାରୁ ଏହାର ସୁଦୃଢିକରଣ ପାଇଁ ଗତ ୩ମାସ ତଳେ ଜଳସମ୍ପଦ ବିଭାଗ ପକ୍ଷରୁ ୯କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳ କରାଯାଇ ମାଟି ଓ ପଥର ପ୍ୟାକିଙ୍ଗ କରାଯାଇଥିଲେ ମଧ୍ୟ ଅତି ନିମ୍ନମାନର କାମ ହୋଇଥିବାରୁ ଏପରି ଫାଟ ସୃଷ୍ଟି ହେବା ସହ ନଦୀ ମଧ୍ୟକୁ ଦାବିବାରେ ଲାଗିଛି। କୋଟିକୋଟି ଟଙ୍କାର ମାଟି ପଥର ପକାଯାଇଥିଲେ ମଧ୍ୟ ନଦୀ ଭିତରେ ବଲା ଦିଆନଯିବା, ପକାଯାଇଥିବା ପଥରରେ ବାଲି ସିମେଂଟ ଦିଆଯାଇନଥିବାରୁ ଧିରେଧିରେ ପଥର ଗୁଡ଼ିକ ନଦୀକୁ ଢଳିବାରେ ଲାଗିଛି। ଏପରି କାର୍ଯ୍ୟ ସମୟରେ କାର୍ଯ୍ୟ ଠିକ ଭାବେ ହେଉନଥିବା ଗାଁ ଲୋକ ଅଭିଯୋଗ କରିଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଅଧିକାରୀ ଓ ଠିକାଦାର ଶୁଣିନଥିବା କହିଛନ୍ତି ସ୍ଥାନୀୟ ଲୋକ। ଏହି ନଦୀବନ୍ଧ ଯଦି ବୈତରଣୀ ଜୁଆର ପାଣି ବନ୍ୟା ପାଣିରେ ଲିନ୍ନ ହେବ ଆଖପାଖ ୪ଟି ପଂଚାୟତର ୨୧ଗୋଟି ଗାଁ ପ୍ରଭାବିତ ହେବା ସହିତ ୨୦ନମ୍ୱର ଜାତୀୟ ରାଜପଥ କୁଆଖିଆ-ଆଖଣ୍ଡଳମଣି ରାସ୍ତା ବିଛିନ୍ନ ହୋଇଯିବ। ପୂର୍ବରୁ ବୋଡକ ନିକଟରେ ବୈତରଣୀ କୂଳ ଲଙ୍ଘିବାରୁ ନଦୀବନ୍ଧକୁ ଧୋଇନେବା ସହ ଜାତୀୟ ରାଜପଥର ୨ଶହ ଫୁଟ ରାସ୍ତା ଆଜିଯାଏଁ ନଦୀ ଆଡ଼କୁ ଢଳି ରହିଛି। ନାଁ ନିଘା ଦେଉଛନ୍ତି ବିଭାଗୀୟ ଅଧିକାରୀ ନାଁ ନିଘା ଦେଉଛି ପ୍ରଶାସନ ବର୍ଷବର୍ଷ ଧରି ଅସୁରିକ୍ଷିତ ଭାବେ ଯାତାୟତ କରୁଛି ଶହଶହ ଛୋଟବଡ ଗାଡି। ଏପରି ନଦୀବନ୍ଧ ବାବଦରେ ଜଳସମ୍ପଦ ବିଭାଗ ଧାମନଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ କୈଣସି ସନ୍ତୋଷଜନକ ଉତର ଦେଇନଥିଲେ।
Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ଲଗାଣ ବର୍ଷାରେ ଦବିଲା ବୈତରଣୀ ନଦୀବନ୍ଧ, ଷାଠିବାଙ୍କୁଡା ଗାଁ ନିକଟରେ ନଦୀବନ୍ଧର ୬୦ଫୁଟର...







