Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ହିନ୍ଦୁ ଫ୍ରଂଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

ରାଷ୍ଟ୍ରୀୟ ହିନ୍ଦୁ ଫ୍ରଂଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

7

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତି , ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଦେଶର ସମସ୍ତ ନାଗରିକମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ ସହିତ ସଶକ୍ତ ଆଇନ ପ୍ରଣୟନ,ୱାକଫ ବୋର୍ଡକୁ ସଂପୁଣ୍ଣ ରୂପେ ଉଚ୍ଛେଦ ଏବଂ ଭାରତକୁ ଅଖଣ୍ଡ ସନାତନ ରାଷ୍ଟ୍ର ରୂପେ ଘୋଷଣା କରିବା ପାଇଁ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଂଟ ପକ୍ଷରୁ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ଉପସଭାପତି ପ୍ରଭାତ କୁମାର ଜେନାଙ୍କ ନେତୃତ୍ୱରେ ବହୁ କର୍ମକର୍ତା ଆଜି ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଦର୍ଶଯାଇଛି ଯେ ଦେଶର ସମ୍ବିଧାନକୁ ଅବମାନନା କରାଯାଇ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାମ୍ବଲମ୍ବିମାନଂକ ପାଇଁ ଭିନ୍ନ ଭିନ୍ନ ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦ୍ୱୈତ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ , ଭାରତୀୟ ସମ୍ବିଧାନର ଧାରା ୪୪ କୁ ସ୍ପଷ୍ଟ ଅବମାନନା କରୁଛି। ଏଣୁ ଯଥାଶୀଘ୍ର ଦେଶରେ (ୟୁସିସି) ଆଧାରରେ ସମସ୍ତ ନାଗରିକମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ଦର୍ଶାଯାଇଛି। ଦେଶ ଏବେ ବିସ୍ଫୋଟକ ଜନସଂଖ୍ୟା ଜନିତ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ପୃଥିବୀର ସମୁଦାୟ ଜନସଂଖ୍ୟାରୁ ୧୮% ଲୋକ କେବଳ ଭାରତବର୍ଷରେ ଅଛନ୍ତି । ଆମ ଦେଶ ଏବେ ଜନସଂଖ୍ୟାରେ ଚୀନକୁ ଟପି ଗଲାଣି । ଏତେ ଜନସଂଖ୍ୟାକୁ ଶସ୍ୟ ସାମଗ୍ରୀ,ଫଳ, ପନିପରିବା, ଦୁଗ୍ଧ,ବିଜୁଳି,ପାଣି,ଇନ୍ଧନ, ସ୍ୱାସ୍ଥ୍ୟ,ଶିକ୍ଷା ,ଖାଦ୍ୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ସମ୍ପୂର୍ଣ ଅସମ୍ଭବ। ପୃଥିବୀର ସମୁଦାୟ ସ୍ଥଳ ଭାଗରୁ ଭାରତରେ ମାତ୍ର ୨.୪ % ସ୍ଥଳ ଭାଗ ଥିବା ବେଳେ ପାନୀୟ ଜଳ ମାତ୍ର ୪% ରହିଛି । ଜନସଂଖ୍ୟାର ଅହେତୁକ ବୃଦ୍ଧି ଯୋଗୁ ଆମ ଦେଶରେ କୁପୋଷଣ,ଅନାହାର ବୃଦ୍ଧି ପାଇବା ସାଙ୍ଗକୁ ବେକାରୀ ବୃଦ୍ଧି ପାଉଛି । ଜଳକ୍ଲିଷ୍ଟ ,ପର୍ଯ୍ୟାବରଣ ଉପରେ କୁପ୍ରଭାବ ସାଙ୍ଗକୁ ପରିବେଶ ପ୍ରଦୁଷଣ କେବଳ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ହେଉଛି । ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଚାଷ ଓ ଜଙ୍ଗଲ ଜମି ଦ୍ରୁତଗତିରେ ହ୍ରାସ ହେଉଛି।ଯାହାର ପ୍ରଭାବରେ ଆଗାମୀ ଦିନରେ ଦେଶରେ ଖାଦ୍ୟ ଅଭାବ ବ୍ୟାପକ ହେବ । ଜଳବାୟୁ ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିବ । ଆଇଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି ଯାହାକି ଆଗାମୀ ଦିନରେ ଆହୁରି ଭୟଙ୍କର ହେବ । ପ୍ରତ୍ୟେକ ଦିନ ପାଖାପାଖି ୬୫ହଜାର୭୯୭ ଜଣ ସୁସ୍ଥ ନବଜାତ ଶିଶୁ ଆମ ଦେଶରେ ଜନ୍ମ ହେଉଛନ୍ତି । ଅର୍ଥାତ ପ୍ରତ୍ୟେକ ବର୍ଷ ଭାରତରେ ୨.୫ କୋଟିରୁ ଅଧିକ ଜନସଂଖ୍ୟା ବୃଦ୍ଧି ପାଉଛି ଯାହାକି ଅଷ୍ଟ୍ରେଲିଆ ଜନସଂଖ୍ୟା ସହ ସମାନ ଅଟେ । ଏହି ଭଳି ଅହେତୁକ ଜନସଂଖ୍ୟାକୁ ବୃଦ୍ଧିକୁ ନିୟନ୍ତ୍ରଣ ନ କଲେ ଆଗାମୀ ୨୦୫୦ ମସିହା ବେଳକୁ ଆମ ଦେଶରେ ଲୋକ ସଂଖ୍ୟା ୨୫୦ କୋଟିକୁ ଟପିଯିବ । ସେତେବେଳକୁ ଭାରତରେ ସାମଗ୍ରିକ ଅବସ୍ଥା ଅସମ୍ବାଳ ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯିବ । ଫଳରେ ଭାରତରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ । ନବଜାତ ଶିଶୁମାନଂକ ସଂଖ୍ୟାକୁ ତୁଳନା କଲେ ୨୦୫୦ ମସିହା ବେଳକୁ ହେବାକୁ ଥିବା ସମୁଦାୟ ୨୫୦ କୋଟି ମଧ୍ୟରୁ ହିନ୍ଦୁମାନଙ୍କ ସଂଖ୍ୟା ମାତ୍ର ୮୦ କୋଟି ଥିବେ । ଦେଶରେ ଧାର୍ମିକ ସଙ୍କଟ ସୃଷ୍ଟି ହୋଇ ଭାରତର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାରଙ୍କୁ ମଧ୍ୟ କଠୋର ହେବାକୁ ପଡ଼ିବ । ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ନାଗରିକମାନଙ୍କ ଦୁଇଟି ସନ୍ତାନ ଜନ୍ମ ଦେବା ବାଧ୍ୟତାମୂଳକ କରି ଏକ କଠୋର ଓ ସଶକ୍ତ ଆଇନ ପ୍ରଣୟନ ସହ ଆଇନକୁ କାର୍ଯ୍ୟକାରୀ କରିବା ଏକାନ୍ତ ଅନିର୍ବାଯ୍ୟ ହୋଇ ପଡ଼ିଛି । ଏଣୁ ଓଡ଼ିଶା ସରକାର ପ୍ରାଦେଶିକ ସ୍ତରରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ଏହି ଦାବିପତ୍ରରେ ଦର୍ଶାଯିବା ସହ ଭାରତକୁ ଏକ ଅଖଣ୍ଡ ସନାତନ ରାଷ୍ଟ୍ର ରୂପେ ଘୋଷଣା କରିବାକୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.