Home ଜିଲ୍ଲା ପରିକ୍ରମା ସମାଜସେବୀ ଉମାକାନ୍ତ ବେହେରାଙ୍କ ପରଲୋକ

ସମାଜସେବୀ ଉମାକାନ୍ତ ବେହେରାଙ୍କ ପରଲୋକ

7

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ନୂଆସାହି ଗ୍ରାମର ଉମାକାନ୍ତ ବେହେରା(୫୨)ଙ୍କ ପରଲୋକ ଘଟିଛି। ସେ ବିଭିନ୍ନ ରୋଗରେ ପିଡିତ ରହି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ନିଜ ଜନ୍ମସ୍ଥାନ ସାହୁପଡାକୁ ଅଣାଯାଇ ଶୋଭାଯାତ୍ରାରେ ଗ୍ରାମପରିକ୍ରମା ପରେ ଦାହ କରାଯାଇଥିଲା। ପୁତ୍ର ଦିପୁନ ମୁଖାଗ୍ନି ଦେଇଥିଲେ। ୰ଉମାକାନ୍ତ ଜଣେ ସରଳ ଓ ଆମାୟିକ ବ୍ୟକ୍ତି ଥିବା ବେଳେ ବିଶେଷ କରି ଗରିବ ଓ ଅଭାବି ଲୋକଙ୍କୁ ରୋଗୀ ସେବା କ୍ଷେତ୍ରରେ ସହଯୋଗ କରିଆସୁଥିଲେ। ତାଙ୍କ ମୃତ୍ୟୁରେ ସମାଜସେବୀ ବ୍ରଜ କିଶୋର ବେହେରା,ନିତ୍ୟାନନ୍ଦ ନାୟକ, ଏସିବି ଫାଉଣ୍ଡେସନର ହାଟଡିହିର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା,ସମାଜସେବୀ,ଅର୍ଜୁନ ଚରଣ ଶତପଥି,ସମ୍ବାଦିକ ହେମନ୍ତ ସିଂହ,କେଶବ ଚନ୍ଦ୍ର ବେହେରା,ପୂର୍ଣ୍ଣ ଚନ୍ଦ୍ର ମାଝି ପ୍ରମୁଖ ପରିବାର ବର୍ଗଙ୍କୁ ଭେଟି ସମବେଦନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.