Home ଜିଲ୍ଲା ପରିକ୍ରମା ରାଜ୍ୟ ନିଶା ନିବାରଣ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଜ୍ୟ ନିଶା ନିବାରଣ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

3

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ରାଜ୍ୟ ନିଶାନିବାରଣ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତନର ମୁକାବିଲା ଏବଂ ଏକ ସବୁଜ ସୁନ୍ଦର ପୃଥିବୀ ଗଠନର ବାର୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତା, ସ୍ଥାନୀୟ ବୁଦ୍ଧିଜୀବୀ ଓ ସମାଜସେବୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଔଷଧୀୟ ଓ ଛାୟାପ୍ରଦ ବୃକ୍ଷରୋପଣ କରାଯିବା ସହ ପରିବେଶକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ସଂଗଠନର କର୍ମକର୍ତାମାନେ ଯୋଗଦେଇ କହିଥିଲେ ଯେ, କେବଳ ବୃକ୍ଷରୋପଣ କରିବା ଯଥେଷ୍ଟ ନୁହେଁ, ବରଂ ରୋପଣ କରାଯାଇଥିବା ଚାରାଗୁଡ଼ିକର ସଠିକ୍ ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ଆମ ସମସ୍ତଙ୍କର ଦାୟିତ୍ୱ ରହିବା ଦରକାର। ଏହି ବୃକ୍ଷରୋପଣରେ ଅତିଥି ଭାବେ ରାଜ୍ୟ ନିଶା ନିବାରଣ ସଂଗଠନର ରାଜ୍ୟ ସମ୍ପାଦକ ସନ୍ତୋଷ ଦାସ, ସଂଯୋଜକ ତ୍ରିଲୋଚନ ପଣ୍ଡା, ଉପସଭାପତି ଗଦାଧର ପାଢୀ, ରାଜ୍ୟ ସହ ସମ୍ପାଦକ ବାବାଜି ପାଢୀ, ଜିଲ୍ଲା ସଂଯୋଜକ ରତିକାନ୍ତ ନାୟକ, ଜିଲା ଉପସଭାପତି ଲଷ୍ମୀ ନାରାୟଣ ମିଶ୍ର, ଜିଲା ଉପସଭାପତି ଅନନ୍ତ ସାହୁ, ସମାଜସେବୀ , ଆଲୋକ କାନୁନଗୋ, ଅନ୍ୟମାନଙ୍କ ମଧ୍ୟରେ ଆଲୋକ ସ୍ୱାଇଁ, ନିର୍ମଳା ନାୟକ, ଜଗବନ୍ଧୁ ୍ୱାରିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.