Home ଜିଲ୍ଲା ପରିକ୍ରମା ପୁରଷଣ୍ଢ ସୋସାଇଟିରେ ମେଧା ଛାତ୍ରଙ୍କୁ ସମ୍ବର୍ଦ୍ଧନା

ପୁରଷଣ୍ଢ ସୋସାଇଟିରେ ମେଧା ଛାତ୍ରଙ୍କୁ ସମ୍ବର୍ଦ୍ଧନା

4

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁରୁଷଣ୍ଢ ସେବା ସମବାୟ ସମିତି ପକ୍ଷରୁ ୨୫-୨୬ ମାଟ୍ରିକ ଏ-୧ର ମେଧା ଛାତ୍ରଛାତ୍ରୀଙ୍କୁ ସୋମବାର ସମିତି ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି। ସମିତିି ସମ୍ପାଦକ ରାଜେନ୍ଦ୍ର ବେଜଙ୍କ ଆବାହକତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସମିତି ସଭାପତି ପ୍ରଶାନ୍ତ କୁମାର ଦାସ ଅଧ୍ୟକ୍ଷତା କରି କହିଲେ ଛାତ୍ରଛାତ୍ରୀ ମାନେ କଠୋର ଅଧ୍ୟୋବସାୟ ବଳରେ ସଫଳତା ଲାଭ କରିବା ଆମ ଅଂଚଳ ପାଇଁ ଗୌରବର ବିଷୟ ଅଟେ,ସେମାନେ ଆଗାମୀ ଲକ୍ଷ୍ୟପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା କହିଲେ ସମିତି ପକ୍ଷରୁ ମେଧା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦେବା ପ୍ରେରଣା ଯୋଗାଇବ ବୋଲି କହିଥିଲ। ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ,କାଦବରାଙ୍ଗ ସରପଂଚ ତପୋଇ ସେଠୀ,ବିଜେପି ମହତାବ ମଣ୍ଡଳ ସଭାପତି ଅମୁଲ୍ୟ ରତ୍ନ ନନ୍ଦ,ପୂର୍ବତନ ସରପଂଚ ସତ୍ୟସାଧନ ବେଜ,ଭାଗିରଥି ସେଠୀ, ବଡମହିଁଷଗୋଠ ସରପଂଚ ପ୍ରତିନିଧି ଦୀପକ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ବ୍ଲକ ଟପ୍ପର ଅଭିଜିତ ସାହୁଙ୍କ ସମେତ ପ୍ରତିଭା ପଣ୍ଡା,ରାହୁଲ ଗୁପ୍ତା,ସୌମ୍ୟରଞ୍ଜନ ସାହୁ,ସଂସ୍କୃତି ଜେନାଙ୍କୁ ମାନପତ୍ର,ସାଲ,ପୁଷ୍ପଗୁଚ୍ଛ ଓ ୨ହଜାର ଅର୍ଥରାଶିରେ ସମ୍ବର୍ଦ୍ଧିତ କରାଯାଇଥିଲା। ମେଧା ଛାତ୍ରଛାତ୍ରୀ ସେମାନଙ୍କ ଅନୁଭୂତି ଓ ଆଗାମୀ ଲକ୍ଷ୍ୟ ଉପରେ ମତ ରଖିଥିଲେ। ପୂର୍ବତନ ସମିତି ସଭ୍ୟ ବାବୁରାମ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସମିତିର ସଭ୍ୟ ଫତିମା ବିବି,ଉପେନ୍ଦ୍ର ପ୍ରସାଦ ପତି,ବିଷ୍ଣୁ ଚରଣ ସାହୁ, ନୃଂସିହ ଖୁଂଟିଆ,ବିକ୍ରମ ନାୟକ,ମନୋରଞ୍ଜନ ସାହୁ,ସନ୍ତୋଷ ପରିଡା,ବୈକୁଣ୍ଠ ଜେନା,ଚାଷି କମିଟି ସଦସ୍ୟ ରବିନ୍ଦ୍ର ସାହୁ,ନାରାୟଣ ଚନ୍ଦ୍ର ଦାସଙ୍କ ସମେତ ସମିତିର ଆଲୋକ ଭୂୟାଁ,ସନ୍ତୋଷ ଜେନା,ଶୁଭଲକ୍ଷ୍ମୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମିତିର ଏହି କାର୍ଯ୍ୟକୁ ଅଂଚଳର ଅବିଭାବକ ମହଳରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.