Home ଜିଲ୍ଲା ପରିକ୍ରମା ସଂଜୀବ୍ ମଲ୍ଲିକଙ୍କ ବାସଭବନରେ ସାଙ୍ଗଠନିକ ଆଲୋଚନା

ସଂଜୀବ୍ ମଲ୍ଲିକଙ୍କ ବାସଭବନରେ ସାଙ୍ଗଠନିକ ଆଲୋଚନା

22

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡା ସ୍ଥିତ ଗୋପୀନାଥପୁର ଗ୍ରାମ ପଂଚାୟତ ର ତୃଣମୂଳ ସ୍ତରର କର୍ମକର୍ତା ଓ ବନ୍ତ ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃତ୍ୱ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ତାଙ୍କ ବାସଭବନରେ ଭେଟି ବିଭିନ୍ନ ସମସ୍ୟା ଓ ଦଳୀୟ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା ଓ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବିରୋଧୀ ଦଳର ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲଢ଼େଇ ହେବ । ଏବଂ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ ବିଜେଡ଼ି ଦଖଲ କରିବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ମତପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.