Home ଜିଲ୍ଲା ପରିକ୍ରମା ଶିକ୍ଷାବିତ୍ ଓ ସଂଗଠକ ଲକ୍ଷ୍ମୀଧର ନାୟକଙ୍କ ପରଲୋକ

ଶିକ୍ଷାବିତ୍ ଓ ସଂଗଠକ ଲକ୍ଷ୍ମୀଧର ନାୟକଙ୍କ ପରଲୋକ

15

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ମୁନସିମେଲଣ କମିଟି ସଭାପତି, ଭଣ୍ଡାରିପୋଖରୀ ମହୋତ୍ସବ ସଭାପତି, ବିଜୁ ଜନତା ଦଳର ପୂର୍ବତନ ବ୍ଲକ୍ ସଭାପତି, ପ୍ରାକ୍ତନ ଶିକ୍ଷା ପରିଦର୍ଶକ ଲକ୍ଷ୍ମୀଧର ନାୟକଙ୍କର ଆଜି ସକାଳ ୮.୪୫ ରେ ମଠସାହି ସ୍ଥିତ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ସେ ଶଯ୍ୟାଶାୟୀ ହୋଇଥିଲେ। ବିଧାୟକ ସଂଜୀବ କୁମାର ମଲ୍ଲିକ ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଯାଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ, ପୂର୍ବତନ ସରପଂଚ ପ୍ରଶାନ୍ତ ସାହୁ, ସତ୍ୟାନନ୍ଦ ମହାପାତ୍ର, ବିଜୟ ଶଙ୍କର ମହାନ୍ତି, ଗୋଲକ ବେହେରା ଓ ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ସଂଜୀବ ପରିଡା, ଅନନ୍ତ ତ୍ରିପାଠୀ, ସମିତିସଭ୍ୟ ଗୁରୁପ୍ରସାଦ ଗିରି, ମଦନ ପଣ୍ଡା, ଶରତ ମହାପାତ୍ର, ଲଳିତ ରାଉତ ପ୍ରମୁଖ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଭଣ୍ଡାରିପୋଖରୀ ବଜାର ପରିକ୍ରମା କରାଯାଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବାବେଳେ ପୁତ୍ର ଜ୍ୟୋତିପ୍ରକାଶ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତଃ ନାୟକଙ୍କ ଦେହାନ୍ତରେ ଭଣ୍ଡାରିପୋଖରୀ ଅଂଚଳବାସୀ ଜଣେ ଦୃଢ ସଂଗଠକଙ୍କୁ ହରାଇଲା। ନିଜର ଲକ୍ଷ୍ମଣ ପରି ସାନଭାଇଙ୍କୁ ହରାଇଲି ବୋଲି ବର୍ଷିୟାନ ନେତା ସୁଧାକର ନନ୍ଦ ନିଜ ଶୋକବାର୍ତାରେ ପ୍ରକାଶ କରିଛନ୍ତି। ଭଣ୍ଡାରିପୋଖରୀରର ବିଭିନ୍ନ ସାମାଜିକ, ସାହିତ୍ୟ, ସାଂସ୍କୃତିକ ଓ ରାଜନୈତିକ ସଂଗଠନ ସହ ସଦାସର୍ବଦା ଜଡିତ ରହି ନିଜର ଅବଦାନ ରଖିଆସୁଥିବା ସ୍ୱର୍ଗତଃ ନାୟକ (ବୁଲୁ ସାର)ଙ୍କ ପରଲୋକରେ ବ୍ଲକ୍ ଅଂଚଳରେ ଶୋକପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.