Home ଜିଲ୍ଲା ପରିକ୍ରମା ଜନ୍ମଦିନରେ ମାନବସେବାର ନିଆରା ବାର୍ତା, ଭିନ୍ନକ୍ଷମ ଆଶ୍ରମରେ ଶୁଖିଲା ଖାଦ୍ୟ ବଂଟନ ଓ ବୃକ୍ଷରୋପଣ

ଜନ୍ମଦିନରେ ମାନବସେବାର ନିଆରା ବାର୍ତା, ଭିନ୍ନକ୍ଷମ ଆଶ୍ରମରେ ଶୁଖିଲା ଖାଦ୍ୟ ବଂଟନ ଓ ବୃକ୍ଷରୋପଣ

5

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନ୍ମଦିନକୁ କେବଳ କେକ୍ କାଟି କିମ୍ବା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ ନକରି ସମାଜସେବା ମାଧ୍ୟମରେ ସ୍ମରଣୀୟ କରିବାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଭଦ୍ରକ ବ୍ଲକ କଲେଈ ପଂଚାୟତ ବଳାଜିତପଡ଼ାର ଯୁବ ସମାଜସେବୀ କର୍ମବୀର ଲେଙ୍କା (ପାଯୁନୁ)। ତାଙ୍କ ଜନ୍ମଦିନ ଅବସରରେ ଲାଙ୍ଗୁଡ଼ିସ୍ଥିତ ଭିନ୍ନକ୍ଷମ ଆଶ୍ରମରେ ଏକ ସେବାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବହୁ ସମାଜସେବୀ, ଯୁବକ ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଆଶ୍ରମର ଅନ୍ତେବାସୀଙ୍କୁ ବିସ୍କୁଟ, ଚକୋଲେଟ, ଜୁସ୍ ସମେତ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରିଥିଲେ। ଶିଶୁମାନଙ୍କ ସହ ସମୟ ବିତାଇ ସେମାନଙ୍କ ସୁଖଦୁଃଖ ବୁଝିବା ସହ ଆଗାମୀ ଦିନରେ ମଧ୍ୟ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ପରିବେଶ ସୁରକ୍ଷାର ବାର୍ତା ଦେବା ଉଦ୍ଦେଶ୍ୟରେ ଆଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତେ ମିଳି ବୃକ୍ଷରୋପଣ କରି ଏହାର ଯତ୍ନ ନେବା ସହ ସବୁଜ ପରିବେଶ ଗଠନ ପାଇଁ ସଙ୍କଳ୍ପ ନେଇଥିଲେ। କର୍ମବୀର ଲେଙ୍କା କହିଥିଲେ ଯେ, “ଜନ୍ମଦିନର ପ୍ରକୃତ ଆନନ୍ଦ ସେତେବେଳେ ମିଳେ, ଯେତେବେଳେ ଅସହାୟ ଓ ଭିନ୍ନକ୍ଷମ ଭାଇଭଉଣୀଙ୍କ ମୁହଁରେ ହସ ଫୁଟିଥାଏ। ସମାଜର ପ୍ରତ୍ୟେକ ବ୍ୟକ୍ତି ଯଦି ନିଜର ଖୁସିର ଦିନରେ ଅଳ୍ପ କିଛି ସେବା କାର୍ଯ୍ୟ କରନ୍ତି, ତେବେ ସମାଜ ଆହୁରି ସୁନ୍ଦର ଓ ମାନବିକ ହୋଇପାରିବ।” ଉପସ୍ଥିତ ସମାଜସେବୀମାନେ ଏହି ଅଭିନବ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, ଜନ୍ମଦିନକୁ ସେବା, ସହଯୋଗ ଓ ପରିବେଶ ସୁରକ୍ଷା ସହ ଯୋଡ଼ିବା ଏକ ପ୍ରେରଣାଦାୟକ ପ୍ରୟାସ। ଏଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ସମାଜ ପ୍ରତି ନିଜର ଦାୟିତ୍ୱ ବିଷୟରେ ସଚେତନ କରିବା ସହ ମାନବିକ ମୂଲ୍ୟବୋଧକୁ ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଆନ୍ତରିକତା, ସେବାଭାବ ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇଥିବା ବେଳେ, ଏହା ଉପସ୍ଥିତ ସମସ୍ତଙ୍କ ମନରେ ଏକ ସକାରାତ୍ମକ ବାର୍ତା ଛାଡ଼ିଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.