Home ଜିଲ୍ଲା ପରିକ୍ରମା ଧାମନଗରରେ ବେଆଇନ କବାଡ଼ିଆ ଦୋକାନୀ ଉପରେ ପୋଲିସର ଚଢ଼ଉ, ଚୋରା ସାମଗ୍ରୀ ସହ ଦୋକାନୀ ଗିରଫ,...

ଧାମନଗରରେ ବେଆଇନ କବାଡ଼ିଆ ଦୋକାନୀ ଉପରେ ପୋଲିସର ଚଢ଼ଉ, ଚୋରା ସାମଗ୍ରୀ ସହ ଦୋକାନୀ ଗିରଫ, ଟ୍ରକ ଜବତ

7

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଘଟଣାକୁ ନେଇ ସାଧାରଣରେ ଉଦେବଗ ପ୍ରକାଶ ପାଇଥିବା ବେଳେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଂଚଳରେ ଚାଲିଥିବା ୪୦ ରୁ ଉର୍ଦ୍ଧ୍ୱ ବେଆଇନ କବାଡ଼ିଆ ଦୋକାନ ଯୋଗୁଁ ଚୋରି ବଢ଼ୁଥିବା ଓ ଚୋରା ଗାଡ଼ି କାଟି ବିକ୍ରି କରାଯାଉଥିବା ନେଇ ଦୀର୍ଘ ଦିନ ହେବ ଅଭିଯୋଗ ହୋଇଆସୁଥିଲା। ଏପରିକି ଧାମନଗର ଥାନାର କିଛି ଅସାଧୁ କର୍ମଚାରୀଙ୍କ ସହ ମିଶି ଏହି ଦୋକାନୀମାନେ ନିର୍ଭୟରେ ନିଜର ଚୋରା କାରବାର ଚଳାଇଥିବା ଚର୍ଚ୍ଚା ହେଉଛି।ଏହି ସମ୍ବେଦନଶୀଳ ଘଟଣା ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସଙ୍କ ନଜରକୁ ଆସିବା ପରେ ସେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୂଚନା ମୁତାବକ, ଧାମନଗର ରାସ୍ତା କଡ଼ ହବିବିନଗର ଛକରେ ମୀର ଅକତର ଅଲୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ବେଆଇନ କବାଡ଼ିଆ ଦୋକାନ ଚଳାଇ ଆସୁଥିଲେ। ଗତକାଲି ସେ ଏକ ଟ୍ରକ (ନମ୍ବର ଓଆର-୧୧କେ-୬୦୩୬)ରେ ଚୋରା ସାମଗ୍ରୀ ଲୋଡ୍ କରୁଥିବା ବେଳେ ଥାନା ଅଧିକାରୀ ଶ୍ରୀ ଦାସ ଚଢ଼ଉ କରିଥିଲେ। ପୋଲିସ ତୁରନ୍ତ ଉକ୍ତ ଟ୍ରକଟିକୁ ଜବତ କରିବା ସହ ଦୋକାନୀ ମୀର ଅକତର ଅଲୀଙ୍କୁ ଗିରଫ କରିଛି।ଏ ନେଇ ଥାନାରେ କେସ ନମ୍ବର ୨୯୩/୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଦଫା ୩୦୩(୨) ଓ ୩(୫) ଧାରାରେ ମାମଲା ରୁଜୁ କରାଯାଇଛି। ବୋଲି ତଦନ୍ତକାରି ଅଧିକାରି ନରେନ୍ଦ୍ର ରାଉତ କହିଛନ୍ତି ।ଧାମନଗର ଅଂଚଳରେ ଥିବା ଏହି ୪୦ରୁ ଅଧିକ ବେଆଇନ କବାଡ଼ିଆ ଦୋକାନ ଚୋରଙ୍କ ପାଇଁ ଏକ ସୁରକ୍ଷିତ ଆଡ଼ଡା ପାଲଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ପ୍ରଶାସନ ଏହି ସବୁ ଦୋକାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସହରକୁ ଚୋରି ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଥାନା ଅଧିକାରୀ ଶ୍ରୀ ଦାସଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଜନତା ସ୍ୱାଗତ କରିଛନ୍ତି।ସୂଚନା ଥାଉକି କିଛି ଚୋରା ବାଲି ମାଫିଆ ଓ କବାଡିଆ ଦୋକାନୀ ମାନେ ରୀତି ମତ ଥାନା ପାଖରେ ରହୀ କିଛି ପୋଲିସ କୁ ହାତକରି ଏପରି ବେଆଇନି କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି।ଏପରି କିଛି କବାଡିଆ ଦୋକାନୀ ମାନେ ମାସିକିଆ କୁଚିବପୋଲି କୁ ଚାନ୍ଦା ଦେଇ ଖୋଲମ ଖୋଲା ବେପାର କରୁଛନ୍ତି। ତେବେ ଚୋରା କବାଡିଆ ଙ୍କ ଉପରେ ଚଢଉ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.