ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ବିଧାୟକ ଙ୍କ କରକୋମଳ ରେନୂତନ ମିଶନ ଶକ୍ତି ଗୃହ ଉଦଘାଟନ କରିବା ସହ ନୂତନ ଏକ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ କରିଛନ୍ତି ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଭଦ୍ରକ ବ୍ଲକ ବାଉଦପୁର ପଂଚାୟତ ଓଗାଲପୁର ଗ୍ରାମରେ ଏକ ନୂତନ ମିଶନ ଶକ୍ତି ଗୃହ କୁ ଶୁଭ ଉଦଘାଟନ କରିବା ସହ ଏକ ନୂତନ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ କରିଛନ୍ତି ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ପଂଚାୟତ ବାସୀଙ୍କ ଦୀର୍ଘ ଦିନର ଦାବୀ ଅଜି ପୂରଣ ହୋଇଛି ବୋଲି କହିଛନ୍ତି ବିଧାୟକ। ମିଶନ ଶକ୍ତି ଗୃହ ହେବା ଦ୍ୱାରା ମା ମାନେ ଉପକୃତ ହେବେ ବୋଲି କହଛନ୍ତି। ସେହିପରି ପଂଚାୟତ ରେ କଲ୍ୟାଣ ମଣ୍ଡପ ହେଲେ ଅଂଚଳ ବାସି ଉପକୃତ ହେବେ ଅଂଚଳ ବାସି ବିବାହ ଘର ବ୍ରତ ଘର ଏହି କଲ୍ୟାଣ ମଣ୍ଡପ ରେ କରିପାରିବେ ବୋଲି କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ପଂଚାୟତ ସମିତି ଅଧକ୍ଷା ଉର୍ମିଳା ନାୟକ, ବାଉଦପୁର ସରପଂଚ ଜୋନାକୀ ଚାନ୍ଦ, ସମିତି ସଭ୍ୟ ସ୍ୱରାଜ ଦତ, ବରିଷ୍ଠ ନେତା ବରୁଣ ଚାନ୍ଦ,ଅଞ୍ଜନ ପଣ୍ଡା,ଯୁବ ନେତା ସଞ୍ଜୟ ଦାସ ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।








