ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଏହି ଜିଲାର ଧାମନଗର ମେଡିକାଲ ରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ଆଶାକର୍ମୀ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଆଶାକର୍ମୀ ଜଣକ ହେଲେ ଧାମନଗର ଏନଏସି ୫ ନମ୍ବର ୱାର୍ଡର ଲୀଳାବତୀ ଦତ (୫୨) ସ୍ୱାମୀ ଅନନ୍ତ । ଏହି ଘଟଣାକୁ କେନ୍ଦ୍ର କରି ଆଜି ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି।ମିଳିଥିବା ସୂଚନା ଅନୁଯାୟୀ, ଲୀଳାବତୀ କୁ ଶୁକ୍ରବାର ରାତି ୧୧ ଟାରେ ଶୋଇବା ଅବସ୍ଥା ରେ ଏକ ସାପ କାମୁଡ଼ି ଥିଲେ ,ସେ ସଙ୍ଗେ ସଙ୍ଗେ ଧାମନଗର ଡାକ୍ତର ଖାନା କୁ ଆସିଥିଲେ ,ସେଠାରେ ଡାକ୍ତର ମଧୁସ୍ମିତା ସାହୁ କିଛି ହେବ ନାହିଁ ବୋଲି କହି ଗେସ ଇଞ୍ଜେକସନ ଦେଇ ପଠାଇ ଦେଲେ ,ପୁଣି ରାତି ୨ ଟାରେ ଅଧିକ କଷ୍ଟ ଅନୁଭବ କରିବାରୁ ଡାକ୍ତରଖାନା ଆସି ଥିଲେ ସେଠାରେ ଡାକ୍ତର ଶ୍ରୀମତୀ ସାହୁ ବିରକ୍ତ ହୋଇ ଥିଲେ କିଛିହୋଇନାହିଁ ବୋଲି କହିଥିଲେ ବାଧ୍ୟ ହୋଇ ଭୋର୍ ସମୟରେ ଲୀଳାବତୀ କଟକ ଡାକ୍ତରଖାନା ଯାଇଥିଲେ ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଜଣେ ନିଷ୍ଠାପର ସେବା କରୁଥିବା ଆଶାକର୍ମୀଙ୍କର ଏଭଳି ଅକାଳ ବିୟୋଗ କୁ ସହ୍ୟ କରିପାରିନାହାଁନ୍ତି ଅନ୍ୟ ଆଶାକର୍ମୀମାନେ। ଡାକ୍ତରଙ୍କ ଅବହେଳା ଏବଂ ଠିକ୍ ସମୟରେ ଚିକିତ୍ସା ମିଳିନଥିବା ଦର୍ଶାଇ ମୃତଦେହକୁ ନେଇ ଆଶାକର୍ମୀମାନେ ଧାମନଗର ଡାକ୍ତରଖାନା ସମ୍ମୁଖରେ ସବରଖି ପ୍ରତିବାଦ କରିଛନ୍ତି। ଉପଯୁକ୍ତ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଶାକର୍ମୀମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।ମୃତ ଆଶକର୍ମୀ ଙ୍କ ମୃତୁ ରେ ଖେତି ପୂରଣ ,ତାଙ୍କ ପରିବାର ର ଜଣ ଙ୍କୁ ଚାକିରି, ଅବହେଳା କରିଥିବା ଡାକ୍ତର ଙ୍କୁ ନିଲମ୍ବିତ ଦାବି କରିଥିଲେ।ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବାବେଳେ ଧାମନଗର ପୋଲିସ ଉପସ୍ଥିତ ରହିଛନ୍ତି।
Home ଜିଲ୍ଲା ପରିକ୍ରମା ଧାମନଗର ମେଡିକାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ,କଟକରେ ଆଶାକର୍ମୀଙ୍କ ମୃତ୍ୟୁ, ମୃତଦେହ ରଖି ଆଶାକର୍ମୀଙ୍କ ଧାରଣା ଓ...








