Home ଜିଲ୍ଲା ପରିକ୍ରମା ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

5

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ବନ୍ତ ପିଏମ୍ ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସେଣ୍ଢତୀରାର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ନାୟକ ଓ ସହକାରୀ ଶିକ୍ଷୟତ୍ରୀ ସବିତା ସାହୁଙ୍କୁ ଆଜି ଅବସର ସମ୍ବର୍ଦ୍ଧନା ଦିଆଯାଇଛି। ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ସଭାକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାସିନୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଚିତରଞ୍ଜନ ମହାନ୍ତି, ମୁଖ୍ୟବକ୍ତା ସାହିତ୍ୟିକ ଚତୁର୍ଭୁଜ ପହି, ସମ୍ମାନିତ ଅତିଥି ଶିକ୍ଷାବିତ ଶଶିଶେଖର କରଶର୍ମା,ଜଗନ୍ନାଥ ପାତ୍ର, ପିତାମ୍ବର ପହି, ସେଣ୍ଢତୀରା ସରପଞ୍ଚ ପ୍ରଶାନ୍ତ ଦାସ, ସାଧନକେନ୍ଦ୍ର ସଂଯୋଜକ ଶୁଭ୍ର ପ୍ରକାଶ ରାଉଳ, ପଞ୍ଚଶଖା ଶିକ୍ଷାସେତୁ ସଭାପତି ଅନାଦୀ ଚରଣ ସେନାପତି, ୱାର୍ଡ଼ ସଭ୍ୟ ସର୍ବେଶ୍ୱର ଜେନା ପ୍ରମୁଖ ଯୋଗଦେଇ ଶିକ୍ଷକ ଅନନ୍ତ ଚରଣ ନାୟକ ଓ ଶିକ୍ଷୟତ୍ରୀ ସବିତା ସାହୁ ଜଣେ ଆଦର୍ଶବାନ ଓ ଛାତ୍ରଛାତ୍ରୀଙ୍କୁ ଭଲ ପାଉଥିବା ଶିକ୍ଷକ ଥିଲେ ବୋଲି କହିଥିଲେ। ଶିକ୍ଷାବିତ ରଘୁନାଥ ସାହୁ,ପ୍ରଭାତ ସେନାପତି, ନୃସିଂହ ଚରଣ ସାହୁ, ରାଧାଶ୍ୟାମ ଖଣ୍ଢେଇ, ପର୍ଶୁରାମ ନାୟକ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷୟତ୍ରୀଙ୍କ ସମେତ ବଦଳି ହୋଇଥିବା ଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର, ଅଭିନାଶ ବାଇ,ପ୍ରିୟମ୍ବଦା ରାଉତ,ମଞ୍ଜୁଳା ରାଣୀ ଦାସଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ଓ ଶେଷରେ ପଦ୍ମାବତୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.