Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ରେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳିତ

ଚାନ୍ଦବାଲି ରେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳିତ

4

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ଓ ବଳିଦାନ ଦିବସ ଅବସରରେ ଚାନ୍ଦବାଲିରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଶୁକ୍ରବାର ଚାନ୍ଦବାଲି ମେଡିକାଲରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ,ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ବିଜୁ ସ୍ମୃତି ଭବନ ପରିସରରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବିଜେପି ଆଖଣ୍ଡଳମଣି ମଣ୍ଡଳ ମହିଳା ମୋର୍ଚ୍ଚା ଉପସଭାପତି ନାରୀନେତ୍ରୀ ସ୍ୱାଗତିକା ପଳାଇଙ୍କ ସୌଜନ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୁତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଡ଼. ଐଶ୍ୱର୍ଯ୍ୟା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଜେପି ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସାମାଜିକ କର୍ମୀ, ଯୁବ ସ୍ୱେଚ୍ଛାସେବୀ ଏବଂ ସାଧାରଣ ଲୋକ ଉପସ୍ଥିତ ଥିଲେ। ଆଜିର ଏହି ରକ୍ତଦାନ ଶିବିରରେ ୧୦୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା ସଂଯୋଜନା ଉପେନ୍ଦ୍ର ରାଉଳ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଜୟ ନାୟକ,ବରିଷ୍ଠ ନେତା ମିତ୍ରଭାନୁ ଦାସ,ସୁଶାନ୍ତ ମହାପାତ୍ର,ଏନଏସି ସଭାପତି ବିକାଶ କୁମାର ବେହେରା, ମା କାଳୀ ମଣ୍ଡଳ ସଭାପତି ପ୍ରବୀର ରାଉତ, ଆରଡ଼ି ମଣ୍ଡଳ ସଭାପତି ସନ୍ଦୀପ କୁମାର ନାୟକ, ଧାମରା ମଣ୍ଡଳ ସଭାପତି ତ୍ରିଦୀବେଶ ପ୍ରଧାନ,ମୀନକେତନ ବିଶ୍ୱାଳ,ନଗର ଯୁବ ମୋର୍ଚ୍ଚା ସଭାପତି ବିଳାଶ ରଞ୍ଜନ ନାୟକ, ବରିଷ୍ଠ ଯୁବ ନେତା ସ୍ମୃତି ରଞ୍ଜନ ନାୟକ , ଅଭୟ ସାମଲ,ନଗର ବରିଷ୍ଠ ନେତା ଜଗନ୍ନାଥ ରାଉତ, ସନ୍ତୋଷ ବାରିକ,ଦେବାଶିଷ ନାୟକ, ସଦାନନ୍ଦ ମଲ୍ଲିକ,ମନରଞ୍ଜନ ଖୁଣ୍ଟିଆ,ଭଦ୍ରକ ଜିଲ୍ଲା ମହିଳା ସଭାନେତ୍ରୀ ରମିତା ପାଢ଼ୀ, ଉଷା ପାଢ଼ୀ,ମନରଞ୍ଜନ ଖୁଣ୍ଟିଆ,ନାରୀ ନେତ୍ରୀ ସୌଦାମିନୀ ଜେନା, ଅଞ୍ଜନା ମହଲା, ସୂଦୀପ୍ତା ଦାସ,ବନ୍ଦିତା ଦାସ, ପୁଷ୍ପାରାଣୀ ସାମଲ, ପୂଜାରାଣୀ ବେହେରା, ପାର୍ବତୀ ସେଠି, ସଞ୍ଜୁଲତା ପରିଡା, ପ୍ରେମିଲତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.