Home ଜିଲ୍ଲା ପରିକ୍ରମା ନୂତନ ଡାକଘର ଉଦଘାଟନ

ନୂତନ ଡାକଘର ଉଦଘାଟନ

8

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ର ଭଦ୍ରକ ବ୍ଲକ୍ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତ କୋଡ଼ବରୁଆଁ ଠାରେ ନୂତନ ଡାକଘର ଉଦଘାଟନ ହୋଇଯାଇଛି । ପୂର୍ବରୁ ଡାକଘର ନଥିଲା । ୧୯୬୦ ମସିହାରୁ ପ୍ରଥମେ କୋଡ଼ବରୁଆଁରେ ଅସ୍ଥାୟୀ ଭାବରେ ଡାକଘର ଥିଲା । ସେହି ଡାକଘରେ କାର୍ଯ୍ୟରତ ଭାବରେ ସର୍ବ ପ୍ରଥମେ ଅଭୟ କୁମାର ନାୟକ ପୋଷ୍ଟମାଷ୍ଟର୍ ହିସାବରେ ଥିଲେ । ତାଙ୍କ ସମୟରେ ଡାକ ପିୟନ ହିସାବରେ ପଦ୍ମଲୋଚନ କାର୍ଯ୍ୟରତ ଥିଲେ । ଅଭୟ କୁମାର ନାୟକ ଙ୍କ ପରେ ନିଶାକର ମହାନ୍ତି ପୋଷ୍ଟମାଷ୍ଟର୍ ର କାର୍ଯ୍ୟଭାର ତୁଲାଉଥିଲେ । ଏହି ଭଳି ଭାବେ କିଛି ଦିନ ପରେ ଅସ୍ଥାୟୀ ଡାକଘରରୁ ସ୍ଥାୟୀ ଭାବରେ ଉନ୍ନତି ହେଲା । ବର୍ତ୍ତମାନ ସେହି ସ୍ଥାୟୀ ଡାକଘରଟି ନୂତନ ଭାବେ ଉଦଘାଟନ ହେବା ପରେ ବର୍ତ୍ତମାନ ଜମ୍ବରା ସିଂ ନୂତନ ପୋଷ୍ଟମାଷ୍ଟର ଭାବେ ନିଜର ଦାୟିତ୍ୱଭାର ତୁଲାଉଥିବା ବେଳେ ଅମର ନାୟକ ଡାକ ପିୟନ ଭାବେ ଡାକ ସବୁ ସୁରକ୍ଷିତର ସହ ନବା ଆଣିବା କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.