ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ରହଣିଆସାହି ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପଂଚାନନ ବେହେରାଙ୍କୁ ବୁଧବାର ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ସ୍କୁଲ ପରିସରରେ ଶିକ୍ଷାବିତ ମଦନ ମୋହନ ନାୟକଙ୍କ ପୌରୋହିତ୍ୟ ଓ ଶିକ୍ଷକ ମନ୍ମଥ ଦାସଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ଏବିଇଓ ଲଷ୍ମୀପ୍ରିୟା ମାଝୀ ଯୋଗଦେଇ ସାମାଜିକ ସଂମ୍ପୃକ୍ତି ଅବସର ନିଃସଙ୍ଗତାକୁ ଦୂର କରିପାରେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଜିଲା ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସମ୍ପାଦକ ମନୋରଞ୍ଜନ ନାୟକ, ବରେଣ୍ୟ ଅତିଥି ଭାବେ ସରପଂଚ କିର୍ତୀଚନ୍ଦ୍ର ସେଠୀ, ପୂର୍ବତନ ବିଇଓ ମଧୁସୂଦନ ସେଣ୍ଢ, ପୂର୍ବତନ ଏବିଇଓ ଦାମୋଦର ଜେନା, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, ସଙ୍ଗଠନ ସମ୍ପାଦକ ଶ୍ରୀନାଥ ମଲିକ, କାର୍ଯ୍ୟକାରୀ ସମ୍ପାଦକ ବଂଶୀଧର ଦାସ, ଉପସଭାପତି କଲାମ ଖାଁ, ଜିଲା କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ଶିକ୍ଷା କମିଟି ସଭାପତି ମନୋଜ କୁମାର ନାୟକ, ସିଆରସିସି ବିଭୂତି ଭୂଷଣ ରାଉତ, ପୂର୍ବତନ ସିଆରସିସି ବସନ୍ତ କୁମାର ସାହୁ, ଶିକ୍ଷାବିତ ମନୋରଞ୍ଜନ ପଣ୍ଡା, ସାମାଜିକ କର୍ମୀ ଶରତ କୁମାର ନାୟକ, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବେହେରାଙ୍କ କର୍ତବ୍ୟ ନିଷ୍ଠତା ,ଛାତ୍ରବତ୍ସଳତା, ସମୟାନୁବର୍ତିତା ଉପରେ ବକ୍ତବ୍ୟ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ମାନଗୋବିନ୍ଦ ଦାସ, ଭାସ୍କର ଚନ୍ଦ୍ର ମହାପାତ୍ର, ଆରତୀ ଜେନା, ସରାଉଦ୍ଦିନ ଖାଁ, ଶିକ୍ଷକ ଦୟାନିଧି ନାୟକ, ୱାର୍ଡ଼ ସଭ୍ୟ ଧନେଶ୍ୱର ନାୟକ, ବନମାଳୀ ମଲିକ, ଅଭିମନ୍ୟୁ ନାୟକ,, ଦୀନବନ୍ଧୁ ନାୟକ, ସୁଶାନ୍ତ କୁମାର ନାୟକ,ମନୋଜ ବେହେରା ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ରହଣିଆସାହି ପ୍ରାଥମିକ ସ୍କୁଲ ଏବଂ ଭକ୍ତବନ୍ଧୁ ନାୟକ ସ୍ମୃତି ସଂସଦ, ବିଲଣା ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ସଭାରେ ପ୍ରଭାତ ବନ୍ଧୁ ନାୟକ ଓ ସୁଶୀଲ ନାୟକ ମାନପତ୍ର ପାଠ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିର୍ମଳା ଜେନା, ଶିକ୍ଷୟିତ୍ରୀ ସଞ୍ଜୁଲତା ପତି, ଶିକ୍ଷକ ହେମନ୍ତ କୁମାର ରାଉତ, ସାମାଜସେବୀ ନିତ୍ୟାନନ୍ଦ ଜେନା, ଦୟାନିଧି ନାୟକ, ଅକ୍ଷୟ କୁମାର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ରହଣିଆସାହି ସ୍କୁଲର ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା,ସାମାଜିକ ସମ୍ପୃକ୍ତି ଅବସର ନିଃସଙ୍ଗତାକୁ ଦୂର କରିପାରେ








