Home ଜିଲ୍ଲା ପରିକ୍ରମା ଦୁର୍ଯ୍ୟୋଧନ ମିଶ୍ରଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଦୁର୍ଯ୍ୟୋଧନ ମିଶ୍ରଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

6

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଏହି ଜିଲାର ଚାନ୍ଦବାଲି ରାଜନୀତିର ଭୀଷ୍ମ ପିତାମହ ସ୍ୱର୍ଗତ ଦୁର୍ଯ୍ୟୋଧନ ମିଶ୍ରଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ପ୍ରତାପ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ଅରଣ୍ୟ ନିବାସ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମାଜସେବୀ କାହ୍ନୁ ଚରଣ ବେହେରା, ପୂର୍ଣ୍ଣ ଚନ୍ଦ୍ର ପାଣି,ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ, ଶିକ୍ଷାବିତ୍ ଅମୂଲ୍ୟ କୁମାର ରାଉତ, ପ୍ରମୋଦ କୁମାର ତ୍ରପାଠୀ,ଅଧିବକ୍ତା ରଜନୀକାନ୍ତ ମହାନ୍ତି, ଦେବୁଲା ମହାନ୍ତି, ପ୍ରଶାନ୍ତ କୁମାର ଦାଶ, ତ୍ରିଲୋଚନ ଦାଶ ପ୍ରମୁଖ ଯୋଗ ଦେଇ ଆସନ୍ତା ଅଗଷ୍ଟ କ୍ରାନ୍ତି ଦିବସ ଦିନ ମହାନ୍ ଜନ ନାୟକ ଦୁର୍ଯ୍ୟୋଧନ ମିଶ୍ରଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ କରାଯିବାକୁ ସ୍ଥିର ହେଲା ଏଥିରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଦୁର୍ଯ୍ୟୋଧନ ମିଶ୍ର ସମ୍ମାନରେ ସମ୍ମାନିତ କରାଯିବ ଏବଂ ପରିବେଶ ସୁରକ୍ଷା ପାଇଁ ଫଳ ଚାରା ବଂଟନ କରାଯିବ ଏବଂ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବିଜୁ ସ୍ମୃତି ଭବନରେ ଆୟୋଜନ ହେବାକୁ ସ୍ଥିର ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଅମୂଲ୍ୟ ବିଶ୍ୱାଳ,ବୁଲୁ ବଳ,ନିତ୍ୟ ପ୍ରକାଶ ବେହେରା,ସଂଗ୍ରାମ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ତାଙ୍କ ସୁପୁତ୍ର ମନୋଜ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.