Home ଜିଲ୍ଲା ପରିକ୍ରମା ସୁରକ୍ଷା ମଂଚର ଚାରା ରୋପଣ

ସୁରକ୍ଷା ମଂଚର ଚାରା ରୋପଣ

4

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଏହି ବ୍ଲକ ପୁରୁଷଣ୍ଢ ପଂଚାୟତର ଚାରିଘରିଆ ଅଙ୍ଗନୱାଡ଼ି କେନ୍ଦ୍ର ଓ ପୁରୁଷଣ୍ଢ ହରିଜନ ସାହି ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଚାରା ରୋପଣ କରାଯାଇଛି। ବରିଷ୍ଠ ନାଗରିକ ସୁରକ୍ଷା ମଂଚ ଆଗରପଡ଼ା ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ମଂଚର ସଭାପତି କୈଳାସ ଚନ୍ଦ୍ର ଧଳ, ଉପ-ସଭାପତି ଚିତରଞ୍ଜନ ସାମନ୍ତରାୟ,କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ସମ୍ପାଦକ ରଞ୍ଜନ ଦାସ,ଉପେନ୍ଦ୍ର ଶତପଥି, ସତେନ୍ଦ୍ର ମହୁରୀ,ମଦନ ମୋହନ ଦାଶ ପ୍ରମୁଖ କେନ୍ଦ୍ର ପରିସରରେ ଜୁଆଣୀ,ଅଶୋକ,ବଉଳ,ରାଧାଚୁଡ଼ା,କୃଷ୍ଣଚୁଡ଼ା ଆଦି ଚାରା ରୋପଣ କରିଥିଲେ। ଅଙ୍ଗନୱାଡ଼ି କର୍ମୀ ସୁକାନ୍ତି ରାଉତ, ଲିପିକା ପଣ୍ଡା, ସହାୟିକା କମଳାରାଣୀ ପୁହାଣ,ସତ୍ୟଭାମା ପଣ୍ଡା,ଗୋପାଳକୃଷ୍ଣ ଦାଶ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.