Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ଚାରିଘରିଆ ଗାଁ ରାସ୍ତାରେ ପାଣି

ଲଗାଣ ବର୍ଷାରେ ଚାରିଘରିଆ ଗାଁ ରାସ୍ତାରେ ପାଣି

9

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଏହି ଜିଲାର ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତ ଚାରିଘରିଆ ଗାଁ ରାସ୍ତାଟି ଗତ ଦୁଇ ଦିନର ଲଗାଣ ବର୍ଷାରେ ଜଳାବର୍ଣ୍ଣ ହୋଇଛି। ଉକ୍ତ ରାସ୍ତାଟି ବରପଦା-ଆଗରପଡ଼ା ପୂର୍ତ ବିଭାଗ ରାସ୍ତାର ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଗ୍ରାମ ମଧ୍ୟକୁ ଯାଇଛି। ଗ୍ରାମରେ ୨ଶହରୁ ଉର୍ଦ୍ଧ ଲୋକଙ୍କ ସମେତ ନିକଟରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବାରୁ ଛୋଟ ଛୋଟ ପିଲାମାନେ ପାଣିଜମି ରହିବାରୁ ଯିବା ଆସିବା କରିପାରୁ ନାହାନ୍ତି। ଗତ୨୦୨୪ ସମିହାରେ ରସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନ ନିର୍ମାଣ କରାଯାଇଥିଲେ ମଧ୍ୟ ତୃୃଟିପୂର୍ଣ୍ଣ ଯୋଗୁଁ ରାସ୍ତା ଉପରେ ପାଣି ଜମି ରହୁଛି। ଏପରିକି ଗାଁର ଚତୁଃପାଶ୍ୱର୍ରେ ପାଣି ଜମି ରହିବା ଯୋଗୁଁ କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଖବରପାଇ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ଯୁବନେତା ଅମୁଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ,ମାନସ ପଟ୍ଟନାୟକ,ସେକ୍ ମୁସଲିମ, ସେକ ଜାମିର ହୁସେନ ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରି ଗ୍ରାମ ବାସୀଙ୍କ ସମସ୍ୟା ସହ ଅବଗତ ହୋଇଛନ୍ତି। ଉପରୋକ୍ତ ସମସ୍ୟାର ସମାଧାନ ପ୍ରତି ବିଭାଗୀୟ ଉଚ୍ଚ କର୍ତପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.