ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ସତ୍ୟଭାମା ୟୁଥ କ୍ଲବ ପକ୍ଷରୁ ମେରା ଭାରତ ସହଯୋଗରେ ଡ଼େଭଲପମେଂଟ କ୍ୟାମ୍ପେନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ୟୁଥ କ୍ଲବର ସଦସ୍ୟ, ନେତୃୃତ୍ୱ ଓ ବହୁ ସଂଖ୍ୟକ ଯୁବକ-ଯୁବତୀ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଜିଲ୍ଲା ଯୁବ ଅଧିକାରୀ ଫାଉଦ ମହମ୍ମଦ ଉପସ୍ଥିତ ରହି ଯୁବମାନଙ୍କୁ ସମାଜସେବା,ନେତୃତ୍ୱ ବିକାଶ, ସ୍ୱେଚ୍ଛାକୃତ ସେବା ଏବଂ ଜାତି ଗଠନରେ ସକ୍ରିୟ ଭୂମିକା ନେବା ପାଇଁ ଆହ୍ୱାନ ଜଣେଇଥିଲେ। ସମ୍ମାନୀତ ଅତିଥି କ୍ରୀଡ଼ା ଶିକ୍ଷକ ସେକ ଅଝାରୁଦ୍ଧିନ, ଜାଗରଣ ମଂଚର ସଭାପତି ମଳୟ ପଣ୍ଡା ମେରା ଭାରତ ମାଧ୍ୟମରେ ଯୁବ ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁଯୋଗ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ୟୁଥ କ୍ଲବ ଡ଼େଭଲପମେଂଟ କ୍ୟାମ୍ପେନ ମାଧ୍ୟମରେ କ୍ଲବ ଗୁଡ଼ିକୁ ସଶକ୍ତ କରିବା ,ଯୁବ ନେତୃତ୍ୱର ବିକାଶ କରିବା ଏବଂ ସମାଜର ବିକାଶ ମୂଳକ କାର୍ଯ୍ୟରେ ଯୁବମାନଙ୍କର ସକ୍ରିୟ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା। ପ୍ରକାଶ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।







